fbpx

ସଞ୍ଜୀବନି ଅଭିଯାନରେ ଲକ୍ଷ୍ନୌରେ ପହଞ୍ଚିଲା ଅକ୍ସିଜେନ୍ ଟ୍ୟାଙ୍କର୍

ଲକ୍ଷ୍ନୌ, ୨୪ା୪ : କରୋନା ମହାମାରୀ କାରଣରୁ ଦେଶରେ ଏବେ ଅକ୍ସିଜେନ୍ ର ଅଭାବ ଦେଖାଦେଇଛି । ହେଳେ ଏବେ ଲକ୍ଷ୍ନୌବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ରହିଛି । ଅକ୍ସିଜେନ୍ ପାଇଁ ବିଭିନ୍ନ ରାଜ୍ୟରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ସଞ୍ଜୀବନି ଅଭିଯାନ ଅ।।ରମ୍ଭ କରିଛନ୍ତି । ଏହା ଅଧୀନରେ ସରକାର ଯେଉଁ ଯେଉଁ ରାଜ୍ୟରେ ଅକ୍ସିଜେନ୍ ର ଆବଶ୍ୟକତା ରହିଛି । ସେଠାକୁ ଅକ୍ସିଜେନ୍ ସପ୍ଳାଏ କରୁଛନ୍ତି । ସେ ଏହି ଅଭିଯାନ ମାଧ୍ୟମରେ ସରକାର ଅକ୍ସିଜେନ୍ ଏକ୍ସପ୍ରେସ୍ ଚଲାଇଛନ୍ତି । ଟ୍ରେନ୍ ରେ ଅକ୍ସିଜେନ୍ ଟ୍ୟାଙ୍କର୍ ଲୋଡ କରି ରାଜ୍ୟ ମାନଙ୍କୁ ପଠାଉଛନ୍ତି । ରାଜ୍ୟ ମାନଙ୍କ କଥା ଯଦି କହିବା ତେବେ ଉତ୍ତରପ୍ରଦେଶରେ ଅକ୍ସିଜେନ୍ ର ଅଭାବ ପରିଲକ୍ଷିତ ହୋଇଛି । ହେଲେ ଆଜି ରାଜଧାନୀ ଲକ୍ଷ୍ନୌରେ ଅକ୍ସିଜେନ୍ ଭର୍ତ୍ତି ଟ୍ୟାଙ୍କର୍ ଆସି ପହଞ୍ଚିଛି । ବର୍ତ୍ତମାନ ତାକୁ ବିଭିନ୍ନ ହସ୍ପିଟାଲ ଗୁଡିକୁ ପଠାଯାଉଛି ।

ଏନେଇ ସେଠାକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରେଳ ବିଭାଗର ସହଯୋଗ ବଳରେ ଏହା ସଫଳ ହୋଇପାରିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଏହି ଅକ୍ସିଜେନ୍ ପହଞ୍ଚି ପାରିଛି । ଏହି ଟ୍ୟାଙ୍କର୍ ୪ ଦିନରେ ଆସିଥାଆନ୍ତା । ହେଲେ ଏହା ମାତ୍ର ଦୁଇଦିନରେ ଆସିଯାଇଛି । ଲକ୍ଷେ୍ନøରେ କୋଭିଡ୍ ପରିସ୍ଥିିତି ଜଟିଳ ରହିଛି । ଅକ୍ସିଜେନ୍ ଅଭାବରେ ଲୋକେ ହନ୍ତସନ୍ତ ହେଉଛନ୍ତି । ତେଣୁ ଏହାକୁ ଯଥାଶୀଘ୍ର ବିଭିନ୍ନ ହସ୍ପିଟାଲରେ ପହଞ୍ଚାଇବା ନେଇ କାମେ ଆରମ୍ଭ କରାଯିବ ।

 

Get real time updates directly on you device, subscribe now.