fbpx
BSKY
BJD MC SKY
BJD YOUTH SKY

ଅକ୍ସିଜେନ୍ ସିଲିଣ୍ଡର ରିଫିଲିଙ୍ଗ୍ ପାଇଁ ଦେବାକୁ ପଡୁଛି ମାତ୍ର ୧ ଟଙ୍କା

ଉତ୍ତରପ୍ରଦେଶ ୨୪ । ୪ (ଓଡିଶା ଭାସ୍କର) : ଦେଶର କରୋନା ପରିସ୍ଥିତି ଏତେ ଭୟାଭୟ ଯେ ଏହାକୁ ରୋକିବା କଷ୍ଟକର ହୋଇଯାଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିସ୍ଥଳେ ରୋଗୀମାନଙ୍କ ପାଇଁ ଅକ୍ସିଜେନର ଘୋର ଅଭାବ ଦେଖା ଦେଇଛି । ଦେଶରେ ଯେତିକି ଅକ୍ସିଜେନ ପ୍ଲାଣ୍ଟ ଅଛି ସେ ସବୁରୁୁ ଅକ୍ସିଜେନ୍ ଉତ୍ପାଦନ ଦ୍ରୁତ ବେଗରେ ବଢାଇବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଅକ୍ସଜେନ୍ ଅଭାବକୁ ଦୂର କରିବା ପାଇଁ ଦେଶର ପ୍ରତ୍ୟେକ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛିି । ଅନ୍ୟପଟେ କାରୋନା ସମୟରେ ଅକ୍ସିଜେନ କଳାବଜାରରେ ଆକାଶ ଛୁଆଁ ଦାମରେ ବିକ୍ରି ହେଉଛି । ଏଭଳି ପରିସ୍ଥିତିରେ କରୋନା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଜଣେ ବ୍ୟବସାୟୀ । ଯେ କି ୧ ଟଙ୍କା ମୂଲ୍ୟରେ ଭରୁଛନ୍ତି ଅକ୍ସିଜେନ୍ ସିଲିଣ୍ଡର । ଏହି ବ୍ୟବସାୟୀ ଜଣଙ୍କ ହେଲେ ଉତ୍ତରପ୍ରଦେଶ ହମିରପୁର ଜିଲ୍ଲାର ମନୋଜ ଗୁପ୍ତା । ସୁମେରପୁର ଅଂଚଳରେ ଥିବା ରିମ୍ ଝିମ୍ ଇସ୍ପାତ କାରଖାନାର ମାଲିକ ଅଟନ୍ତି ମନୋଜ ଗୁପ୍ତା । ଏବେଯାଏ ୧ ଟଙ୍କା ମୂଲ୍ୟ ବିନିମୟରେ ସେ ୧ ହଜାର ସିଲିଣ୍ଡର ଭରିଥିବା ସୂଚନା ରହିଛି । ପ୍ରତ୍ୟେକ ଲୋକ ୧ ଟଙ୍କା ଦେଇ ଗୋଟିଏ ଗୋଟିଏ ସିଲିଣ୍ଡର ଭିରିପାରିବେ ।

ସୂଚନା ଅନୁସାରେ ଗତ ବର୍ଷ ମନୋଜ କରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଥିଲେ । ଜଣେ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍ କେତେ ଜରୁରୀ ତାହା ସେ ହୃଦୟଙ୍ଗମ କରିଥିଲେ । ଏବର୍ଷର କରୋନା ଅଧିକ ମାରତ୍ମକ ହୋଇଥିବାରୁ ଦେଶରେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗି ଥିବା ବେଳେ ଅକ୍ସିଜେନ ଅଭାବର ସମସ୍ୟା ସୃଷ୍ଟି ହୋଇଛି । ଯେଉଁଥିପାଇଁ କରୋନା ରୋଗୀଙ୍କୁ ସାହାଯ୍ୟ କରିବା ଲାଗି ମନୋଜ ହାତ ବଢାଇଛନ୍ତି । ତାଙ୍କ ପ୍ଲାଣ୍ଟରେ ଗୋଟଏ ଦିନରେ ୧ ହଜାର ଅକ୍ସିଜେନ୍ ସିଲିଣ୍ଡର ଭରିବାର କ୍ଷମତା ରହିଥିବା କଥା ମନୋଜ କହିଛନ୍ତି । ରୋଗୀଙ୍କ ଆରଟିପିସିଆର ରିପୋର୍ଟ, ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପ୍ରମାଣପତ୍ର ଏବଂ ଆଧାର କାର୍ଡ ଦଖଲ କରିବା ପରେ ରୋଗୀଙ୍କ ପରିଜନ ୧ ଟଙ୍କା ଦେଇ ଅକ୍ସିଜେନ ସିଲିଣ୍ଡର ନେଉଛନ୍ତି ବୋଲି କହିଛନ୍ତି ମନୋଜ । ଉତ୍ତରପ୍ରଦେଶର ଅନେକ ଜିଲ୍ଲାର ଲୋକେ ଏଠାକୁ ଆସି ୧ଟଙ୍କା ମୂଲ୍ୟରେ ସିଲିଣ୍ଡର ଭରି ନେଉଛନ୍ତି । ମନୋଜଙ୍କର ଏହି ସାହାଯ୍ୟ ଅନେକ କରୋନା ରୋଗୀଙ୍କୁ ନୂଆ ଜୀବନ ଦେବାରେ ସକ୍ଷମ ହେଉଛି । ତାଙ୍କର ଏହି ପ୍ରୟାସକୁ ଲୋକମାନେ ପ୍ରଶଂସା କରିବା ସହ ‘କୋଭିଡ୍ ହିରୋ’ ନାଁ ରେ ତାଙ୍କୁ ସମ୍ବୋଧନ କରୁଛନ୍ତି ।

Get real time updates directly on you device, subscribe now.