fbpx

ନନ୍ଦନକାନନରେ ଆଉ ଏକ ଆନାକୋଣ୍ଡାର ମୃତ୍ୟୁ

ବାରଙ୍ଗ,୩୦ା୧୧(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଉ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଛି । ଗତ ୩ଦିନ ମଧ୍ୟରେ ୨ଆନାକୋଣ୍ଡାର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଆଉ ୪ଟି ଅସୁସ୍ଥ ଆନାକୋଣ୍ଡା ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ୪ଅସୁସ୍ଥ ଆନାକୋଣ୍ଡା ସମେତ ନନ୍ଦନକାନନରେ ମୋଟ୍ ୬ଟି ଆନାକୋଣ୍ଡା ଅଛନ୍ତି । ଅକ୍ଟୋବର ୨୨ରେ ଚେନ୍ନାଇରୁ ନନ୍ଦନକାନନକୁ ୮ଟି ଆନାକୋଣ୍ଡା ଅଣାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଗତ ୨୮ତାରିଖ ଦିନ ୨ବର୍ଷୀୟ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.