fbpx

ଆଜି ବହୁମତର ପ୍ରମାଣ ଦେବେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ର,୩୦।୧୧: ଆଜି ବହୁମତର ବା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେ । ଅପରାହ୍ନରେ ୨ଟାରେ ବହୁମତର ସାବ୍ୟସ୍ତ କରିବେ ମେଣ୍ଟ ସରକାର । ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ-ଏନସିପି ମିଶି ମିଳିତ ଭାବେ ମେଣ୍ଟ ସରକାର ଗଠନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ୨୮ତାରିଖ ଦିନ ମହାରାଷ୍ଟ୍ରରେ ମହାନାଟକରେ ପୂର୍ଣ୍ଣଛେଦ ପକେଇ ବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମହାରାଷ୍ଟ୍ର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମହାବିକାଶ ଆଘାଡ଼ିର ନେତା ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଥିଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିୟାରୀ ।

Get real time updates directly on you device, subscribe now.