fbpx

ନନ୍ଦନକାନନରେ ଆଉ ଏକ ଆନାକୋଣ୍ଡା ଗୁରୁତର

ବାରଙ୍ଗ, ୧୬ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆଉ ଏକ ଆନାକୋଣ୍ଡା ସାପ ଗୁରୁତର ଅଛି ବୋଲି ସୂଚନା ମିଳିଛି । ହଳଦିଆ ଆନାକୋଣ୍ଡାର ଚିକିତ୍ସା କରୁଛନ୍ତି ପ୍ରାଣୀ ଚିକିତ୍ସକ । ସେହି ଆନାକୋଣ୍ଡାର ମଳରେ ରକ୍ତ ପଡ଼ିବା ସାଙ୍ଗକୁ ଥଣ୍ଡା ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଗତ ୨୮ ଓ ୩୦ରେ ହଳଦିଆ ଆନାକୋଣ୍ଡା ପ୍ରାଣ ହରାଇଥିଲେ । କିନ୍ତୁ ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଥିଲା । ଗତ ଅକ୍ଟୋବର ୨୨ରେ ଚେନ୍ନାଇରୁ ନନ୍ଦନକାନନକୁ ୮ଟି ଆନାକୋଣ୍ଡା ଅଣାଯାଇଥିଲା । ଦୁଇ ଆନାକୋଣ୍ଡାର ମୃତ୍ୟୁ ପରେ ବର୍ତ୍ତମାନ ୬ଟି ଆନାକୋଣ୍ଡା ରହିଛି ।

Get real time updates directly on you device, subscribe now.