fbpx

ହକି ଦଳକୁ ଶୁଭେଚ୍ଛା ଜଣାଇବାକୁ ଯାଇ ଟ୍ରୋଲ ହେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇବାକୁ ଯାଇ ଟ୍ରୋଲ ହୋଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସ ସେମିରେ ପ୍ରବେଶ କରିଛି । ଏହାକୁ ନେଇ କ୍ୟାପଟେନ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଥିଲେ । ତେବେ ୩ ଗୋଲ ସ୍କୋରର ଦିଲପ୍ରୀତ, ଗୁରଜାଣ୍ଟ ଓ ହାର୍ଦ୍ଦିକ ପଞ୍ଜାବର ହୋଇଥିବା ନେଇ କ୍ୟାପଟେନ୍ ନିଜ ଟ୍ୱିଟରେ ଉଲ୍ଲେଖ କରିଥିଲେ । ଏହାକୁ ନେଇ ସାଧାରଣ ଭାବରେ ବିଶେଷ ପ୍ରତିକ୍ରିୟା ମଧ୍ୟ ଆସିନଥିଲା ।

ତେବେ ଜେଏନୟୁର ପ୍ରଫେସର ଆନନ୍ଦ ରଙ୍ଗନାଥନ କିନ୍ତୁ କ୍ୟାପଟେନଙ୍କୁ ଟ୍ରୋଲ କରିବାର ସୁଯୋଗ ହାତଛଡା କରିନଥିଲେ । କ୍ୟାପଟେନଙ୍କୁ ଟ୍ରୋଲ କରି ଆନନ୍ଦ ଏମିତି କିଛି ଲେଖିଥିଲେ । ଏହା ସହିତ ଏହି ଟ୍ୱିଟରେ ଓଡିଆ ଡିଫେଣ୍ଡର ଅମିତ ରୋହିଦାସଙ୍କ ନାଁ ମଧ୍ୟ ଉଲ୍ଲେଖ କରିଥିଲେ ରଙ୍ଗନାଥନ । ‘ହଁ କ୍ୟାପଟେନ୍, ଆମେ ମଧ୍ୟ ଗର୍ବିତ, ଓଡ଼ିଶାର ଅମିତ ରୋହିଦାସଙ୍କ ପାଇଁ ଯିଏ ୟୁନିର ଲଳିତ ଉପାଧ୍ୟାୟଙ୍କୁ ବଲ ପାଶ କରିଥିଲେ । ଲଳିତ ଏହାକୁ ମଣିପୁରର ସାଙ୍ଗଲାକପାମଙ୍କ ନିକଟକୁ ଡ୍ରାଗ ଫ୍ଲିକ କରିଥିଲେ । ସାଙ୍ଗଲାକପାମଙ୍କ ଡ୍ରିବଲ ମଧ୍ୟପ୍ରଦେଶର ପ୍ରସାଦଙ୍କ ନିକଟକୁ ଯାଇଥିବା ବେଳେ ସେ ଏହାକୁ କେରଳର ଶ୍ରୀଜେସଙ୍କ ନିକଟକୁ ସ୍କୁପ କରିଥିଲେ । ଏହାପରେ ମିଳିଥିବା ପାଶକୁ ଗୋଲରେ ପରିଣତ କରିବାକୁ ସଫଳ ହୋଇଥିଲେ ପଞ୍ଜାବର ଦିଲପ୍ରୀତ, ଗୁରଜାଣ୍ଟ ଓ ହାର୍ଦ୍ଦିକ । ଜୟ ହିନ୍ଦ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ଅଲିମ୍ପିକ୍ସରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ସେମି ଫାଇନାଲରେ ପ୍ରବେଶ କରିବାରେ ସମର୍ଥ ହୋଇଛନ୍ତି ।

Get real time updates directly on you device, subscribe now.