fbpx

(Video)ଆଲିଆଙ୍କ କୁନି ଝିଅ ରାହା ସହ ମସ୍ତୀ କଲେ ଅନନ୍ତ ଅମ୍ବାନୀ, ଭିଡିଓ ଦେଖି ଆପଣଙ୍କ ମନ ଭରିଯିବ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସୁପୁତ୍ର ତଥା ଉଦ୍ୟୋଗପତି ଅନନ୍ତ ଅମ୍ବାନୀ ଓ ଶିଳ୍ପପତି ବୀରେନ୍ ମର୍ଚାଣ୍ଟଙ୍କ କନ୍ୟା ରାଧିକା ମର୍ଚାଣ୍ଟ ଗୁଜରାଟର ଜାମନଗରରେ ସେମାନଙ୍କ ପ୍ରି ୱେଡିଂ ସେରିମନି ପାଳନ କରୁଛନ୍ତି । ଅନନ୍ତ-ରାଧିକାଙ୍କ ପ୍ରିୱେଡିଂରେ ବହୁ ବଲିଉଡ୍ ତାରକା ସାମିଲ ହୋଇ ସେମାନଙ୍କ ଜଲୱା ଦେଖାଇଛନ୍ତି । ଶାହରୁଖ ଖାନ୍‌, ସଲମାନ ଖାନ୍‌, ଅମିର ଖାନ୍‌, ଅର୍ଜୁନ କପୁର, ଅନିଲ କପୁର, ଟାଇଗର ଶ୍ରଫ, ଆଦିତ୍ୟ କପୁରଙ୍କ ସହିତ ବହୁ ବଲିଉଡ୍ କଳାକାର ଏହି ଖାସ୍ ଅବସରରେ ସାମିଲ ହୋଇଛନ୍ତି । ସେହିପରି ଆଲିଆ ଭଟ୍ଟ ଓ ରଣବୀର କପୁର ମଧ୍ୟ ନିଜ କନ୍ୟା ରାହାଙ୍କୁ ଧରି ଏହି ଉତ୍ସବରେ ସାମିଲ ହୋଇଛନ୍ତି । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଆଲିଆ ଭଟ୍ଟଙ୍କ କୁନି ଝିଅ ରାହା କପୁର ଅନନ୍ତ ଅମ୍ବାନୀଙ୍କ ସହ ମସ୍ତି କରୁଥିବାର ନଜର ଆସୁଛି ।

 

View this post on Instagram

 

A post shared by F I L M Y G Y A N (@filmygyan)

ଅନନ୍ତ ଓ ରାଧିକାଙ୍କ ପ୍ରିୱେଡିଂରେ ‘ଡ୍ରେସ କୋର୍ଡ’ ଜଙ୍ଗଲ ଫିବରରେ ଷ୍ଟାର ଓ ଅମ୍ବାନୀ ପରିବାରର ଜଲୱା ଦେଖିବାକୁ ମିଳିଛି । ଏହି ଅବସରରେ ଆଲିଆ ଭଟ୍ଟ କୁନି ଝିଅ ରାହା ସହିତ ଜଙ୍ଗଲ ଥିମ୍‌ରେ ଟୁଇନିଂ କରିଥିଲେ । ରାହା ଓ ଆଲିଆ ଏହି ଡ୍ରେସରେ ବହୁତ ସୁନ୍ଦର ଲାଗୁଥିଲେ । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଆଲିଆ ରାହାକୁ ଧରି ଅନନ୍ତ ଅମ୍ବାନୀଙ୍କ ଆଡକୁ ଯାଉଛନ୍ତି । ଏହାପରେ ଅନନ୍ତ ଅତି ଧୀରେ ରାହାର ହାତ ଧରିବା ସହ ତାକୁ ଗେହ୍ଲା କରୁଥିବାର ଦେଖାଯାଉଛି । ଏହି ସମୟରେ ଆଲିଆ ବି ଅନନ୍ତଙ୍କ ସହ କିଛି ଆଲୋଚନା କରୁଥିବା ନଜର ଆସୁଛି । ଏଠାରେ ସୂଚାଇ ଦିଆଯାଇପାରେ କି ରଣବୀର କପୁର ଓ ଆକାଶ ଅମ୍ବାନୀ ଉଭୟେ ଭଲ ବନ୍ଧୁ ଅଟନ୍ତି ଓ ପ୍ରାୟ ସମୟରେ ଅମ୍ବାନୀ ପରିବାରର ଦୁଇ ପୁଅ ରଣବୀର ଓ ଆଲିଆଙ୍କ ଘରକୁ ଯା’ଆସ କରିବାର ସ୍ପଟ କରାଯାଇଛି ।

Get real time updates directly on you device, subscribe now.