fbpx

(Video) ଶ୍ରୀକ୍ଷେତ୍ରରେ ରହସ୍ୟମୟ ଗୁମ୍ଫା, ଯେଉଁଠି ଲୁଚି ରହିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ: ମିଳିଲା ସନ୍ଧାନ

ପୁରୀ: ଶ୍ରୀକ୍ଷେତ୍ର ପୁରୀ ନିକଟ ନରସିଂହପାଟଣାରେ ଏକ ରହସ୍ୟମୟ ଗୁମ୍ଫା ଠାବ ହୋଇଛି । ଏହି ଗୁମ୍ଫା ଭିତରେ ଅନେକ ଇତିହାସ ଲୁଚି ରହିଥିବା କୁହାଯାଇଛି । ଏହି ଗୁମ୍ଫା ଦେଖିବାକୁ ଭୟଙ୍କର ଲାଗୁଥିବା ବେଳେ ଏହା ଭିତରେ ପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ କରିଛନ୍ତି ବୋଲି କୁହାଯାଉଛି । ତେଣୁ ଏବେ ଏହି ଗୁମ୍ଫାର ରହସ୍ୟ ଉନ୍ମୋଚନ କରିବାକୁ ସାଧାରଣରେ ଦାବି କରାଯାଉଛି ।

ଶ୍ରୀକ୍ଷେତ୍ର ନିକଟରେ ରହସ୍ୟମୟ ଗୁମ୍ଫା ଭିତରେ ରତ୍ନସିଂହାସନ ମଧ୍ୟ ରହିଛି, ଯେଉଁଠି ଶ୍ରୀଜିଉ ପୂଜା ପାଉଛନ୍ତି । ଗୁମ୍ଫାର ଚାରି ପାଖରେ ଗଛଲତାରେ ପରିପୂର୍ଣ୍ଣ ହୋଇଥିବା ବେଳେ ଭିତରେ କିଟିକିଟି ଅନ୍ଧାର ଭରି ରହିଛି । ଏହାବ୍ୟତୀତ ଏହି ଗୁମ୍ଫା ଭିତରୁ ବିକଟାଳ ଶବ୍ଦ ମଧ୍ୟ ଶୁଣିବାକୁ ମିଳେ ବୋଲି କୁହାଯାଉଛି । ଶ୍ରୀକ୍ଷେତ୍ର ପୁରୀଠାରୁ ମାତ୍ର ୮କିଲୋମିଟର ଦୂର ନରସିଂହପାଟଣା ଗ୍ରାମ ମଝିରେ ଏହି ରହସ୍ୟମୟୀ ଗୁମ୍ଫା ଅବସ୍ଥିତ । ଗୁମ୍ଫାର ରହସ୍ୟ କଣ? କିଏ ଓ କାହିଁକି ଏହାକୁ ନିର୍ମାଣ କରିଥିଲେ ? ଏଭଳି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିଲେ ବି ତାହା ରହସ୍ୟମୟୀ ହୋଇ ରହିଛି । ଗୁମ୍ଫାର ନିର୍ମାଣ କାର୍ୟ୍ୟ ଅତି ଆଶ୍ଚର୍ୟ୍ୟ ଜନକ ଭାବରେ କରାଯାଇଛି । ଗୁମ୍ଫା ବା ସୁଡଙ୍ଗ ଭିତରକୁ ପ୍ରବେଶ କରିବାକୁ ୪ଟି ଦ୍ୱାର ରହିଛି, କିନ୍ତୁ ବାହାରିବାକୁ କୌଣସି ରାସ୍ତା ନାହିଁ । ଛୋଟ ଛୋଟ ସୁଡଙ୍ଗ ଭିତରେ ବଡବଡ ବଖରା ଘର ରହିଛି, କିନ୍ତୁ ଗୋଟିଏ ଘରୁ ଅନ୍ୟ ଘରକୁ ବି ରାସ୍ତା ନାହିଁ । ବ୍ରହ୍ମଗିରିର ନରସିଂହପାଟଣା ଗାଁ ମଝିରେ ଏଭଳି ରହସ୍ୟ ମୟ ଗୁମ୍ଫା ଭିତରେ ପୂଜା ପାଉଛନ୍ତି ଶ୍ରୀଜିଉ। ପ୍ରଭୁ ଜଗନ୍ନାଥଙ୍କ ସହ ବଡଠାକୁର ବଳଭଦ୍ର,ମା ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କ ପ୍ରତିମୂର୍ତ୍ତି ଗୁମ୍ଫାର ମଧ୍ୟଭାଗରେ ବିରାଜ ମାନ କରିଛନ୍ତି।

କୁହାଯାଏ, ଦାକ୍ଷିଣେତକୁ ଯାତାୟାତ କରିବା ପାଇଁ ଏହା ପ୍ରମୁଖ ରାସ୍ତା ଥିଲା । ତେଣୁ ଏହି ଗୁମ୍ଫା ସଦୃଶ ଘର ଗୁଡିକ ହେଉଛି ଚଟିଘର। ,ହି ବଖରା ଗୁଡ଼ିକ ସାଧୁ, ସନ୍ଥ, ଯାତ୍ରୀ ଓ ରାଜାଙ୍କ ଖବର ବାହକ ଡଗର,ଏବଂ ରାଜାଙ୍କର ଅବସର ବିନୋଧନ ଗୃହ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ଏହି ଗୁମ୍ଫା ଉପରେ ଗବେଷଣା କରାଗଲେ ଏହାର ରହସ୍ୟ ଉନ୍ମୋଚିତ ହୋଇପାରନ୍ତା ବୋଲି ସଂସ୍କୁତି ଗବେଷକ ମତ ଦେଇଛନ୍ତି। ଏହାଛଡା ଆଗାମୀ ପିଢି ପାଇଁ ଏହାର ସଂରକ୍ଷଣ ସହ ପୁନରୁଦ୍ଧାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଗୁମ୍ଫା ବାହାରେ ବିଭିନ୍ନ ଭାଷାରେ ଅନେକ କିଛି କଥା ଲେଖାଯାଇଛି । ତେବେ ଗୁମ୍ଫା ଭିତରେ ରହିଛି କେତେ ବଖରା ଘର ରହିଛି? ଏହି ଘର କେବେ ନିର୍ମାଣ କରାଯାଇଛି ? କିଏ ଆଉ କାହିଁକି ଏହି ସ୍ଥାନରେ ଏତେ ବଡ ଗୁମ୍ଫା ସଦୃଶ୍ୟ ଘର ନିର୍ମାଣ କରିଥିଲେ? ଏବଂ ଏହି ସ୍ଥାନରେ କିଏ ରହୁଥିଲେ ? ଏମିତି ଅନେକ କିଛି ପ୍ରଶ୍ନ ସ୍ଥାନୀୟ ଲୋକଙ୍କ ମନରେ ସୃଷ୍ଟି ହୋଇଛି।

Get real time updates directly on you device, subscribe now.