fbpx

୨ ବିଏଚ୍‌କେ ଫ୍ଲାଟ ନେବାକୁ ମନା କରିଦେଲେ ର‌୍ୟାଟ ହୋଲ୍ ଶ୍ରମିକ ହସନ, କାହିଁକି ଡିଡିଏର ଅଫରକୁ କଲେ ଅଗ୍ରାହ୍ୟ

Advertisement

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଉତ୍ତରକାଶୀ ଟନେଲ୍ ହିରୋ ର‌୍ୟାଟହୋଲ୍ ମାଇନର ବକିଲ ହସନଙ୍କ ଘର ଡିଡିଏ ପକ୍ଷରୁ ଭାଙ୍ଗି ଦିଆଯିବା ମାମଲା ଲଗାତର ଚର୍ଚ୍ଚାରେ ରହି ଆସୁଥିଲା । ଏବେ ଜଣାପଡିଛି କିି ହସନଙ୍କୁ ଡିଡିଏ ଅଧିକାରୀମାନେ ଦିଲଶାଦ ଗାର୍ଡେନ୍ ଅଞ୍ଚଳରେ ୨ ବିଏଚ୍‌କେ ଏମ୍‌ଆଇଜି ଫ୍ଲାଟ୍ ଦେବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ହସନ ସେମାନଙ୍କ ପ୍ରସ୍ତାବକୁ ଗ୍ରହଣ କରି ନ ଥିଲା ।

ହସନ ନିଜେ ଏ ବିଷୟରେ ସୂଚନା ଦେଇ କହିଛନ୍ତି ଶୁକ୍ରବାର ରାତିରେ ଜଣେ ଏସଡିଏମଙ୍କ ସହିତ ୪ ଜଣ ସରକାରୀ ଅଧିକାରୀ ଆସିଥିଲେ ଓ ମୋତେ ଦିଲଶାହ ଗାର୍ଡେନରେ ଏକ ଘର ଦେବେ ବୋଲି ପ୍ରସ୍ତାବ ରଖିଥିଲେ କିନ୍ତୁ ମୁଁ ତାହା ସ୍ୱୀକାର କରିବାକୁ ମନା କରିଦେଲି । ତେବେ ଏହା ପଛରେ କ’ଣ କାରଣ ରହିଛି ତାହା ମଧ୍ୟ ହସନ କହିଛନ୍ତି । ସେ କହିଛନ୍ତି ସେମାନେ ମୋତେ ଲିଖିତ ଆକାରରେ କୌଣସି ଘର ପ୍ରଦାନ କରୁ ନ ଥିଲେ । ସେହି ଘର ଏକ ଏନଜିଓ ସଂସ୍ଥାର ଥିଲା । ସେମାନେ ଚାହୁଁଥିଲେ କି ମୁଁ କିଛି ଦିନ ପାଇଁ ସେଠାରେ ରହିଯିବି ।

ଏଠାରେ ସୂଚାଇ ଦିଆଯାଇପାରେ କି ଫେବୃୟାରୀ ୨୮ ତାରିଖରେ ଦିଲ୍ଲୀ ବିକାଶ ପ୍ରାଧିକରଣ ଦ୍ୱାରା (ଡିଡିଏ)ଦ୍ୱାରା ହସନଙ୍କ ଘରକୁ ଭାଙ୍ଗି ଦିଆଯାଇଥିଲା । ଡିଡିଏ ପକ୍ଷରୁ ଏହାର ବୟାନରେ କୁହାଯାଇଛି କି ର‌୍ୟାଟ୍ ହୋଲ୍ ମାଇନର ବକିଲ ହସନଙ୍କୁ ଦିଲଶାହ ଗାର୍ଡେନରେ ଏକ ଏମଆଇଜି ଫ୍ଲାଟ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ନେବାକୁ ମନା କରି ଦେଇଛନ୍ତି । ଏହା ତାଙ୍କ ଘର ନିକଟରେ ଥିଲା ।

Get real time updates directly on you device, subscribe now.