fbpx
BJD SKY
BJD SKY

କର୍ମଚାରୀଙ୍କୁ ଫେବୃଆରୀ ମାସର ଦରମା ଦେବାକୁ ଅସମର୍ଥ Byju’s, କମ୍ପାନୀର ଫାଉଣ୍ଡର କହିଲେ ସମସ୍ୟାର କାରଣ

BJD

ନୂଆଦିଲ୍ଲୀ: ଅନେକ ଦିନରୁ Byju’s ସମସ୍ୟା ଦେଇ ଗତି କରୁଛି । ଏବେ କମ୍ପାନୀର କର୍ମଚାରୀମାନଙ୍କ ପାଇଁ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି । କମ୍ପାନୀର ଫାଉଣ୍ଡର ବାୟଜୁ ରବିନ୍ଦ୍ରନ ଶନିବାର ଦିନ ନିଜ କର୍ମଚାରୀମାନଙ୍କୁ ସୂଚନା ଜାରି କରିଛନ୍ତି ଯେ, ସେ ଫେବୃଆରୀ ମାସର ଦରମା ଦେବାକୁ ଅସମର୍ଥ । ରବିନ୍ଦ୍ରନ ଏବଂ କମ୍ପାନୀର କିଛି ନିବେଶକଙ୍କ ମଧ୍ୟରେ ବହୁ ସମୟରୁ ବିବାଦ ଚାଲିଆସୁଛି । ଫାଉଣ୍ଡର କହିଛନ୍ତି ଯେ, କିଛି ନିବେଶକଙ୍କ ସହ ଚାଲୁଥିବା ବିବାଦ କାରଣରୁ ରାଇଟ୍ସ ଇସ୍ୟୁର ରାଶି ଅଲଗା ଆକାଉଣ୍ଟରେ ଲକ ହୋଇଯାଇଛି । ଯେଉଁ କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ବାୟଜୁର ଫାଉଣ୍ଡର ବାୟଜୁ ରବିନ୍ଦ୍ରନ କର୍ମଚାରୀମାନଙ୍କୁ ମାମଲାକୁ ନେଇ ଚିଠି ଲେଖି ସୂଚନା ଦେଇଛି ଯେ, କମ୍ପାନୀର ନିଜର କିଛି ନିବେଶକଙ୍କ ମଧ୍ୟରେ ବିବାଦ ଚାଲିଛି । ନିବେଶକମାନେ ରାଇଟସ ଇସ୍ୟୁର ରାଶିକୁ ଅନ୍ୟ ଆକାଉଣ୍ଟରେ ରଖି ଲକ କରିଦେଇଛି । ଏହି କାରଣରୁ କମ୍ପାନୀ ଏହି ଟଙ୍କାକୁ ଉପଯୋଗ କରିବା ଲାଗି ଅସମର୍ଥ । ଏହା ବ୍ୟତୀତ କମ୍ପାନୀ ପାଖରେ ଯେତିକି ଫଣ୍ଡସ ଅଛି, ସେଥିରୁ ସେ ନିଜ ସର୍ଟ ଟର୍ମ ଆବଶ୍ୟକତାକୁ ପୂରଣ କରିପାରୁଛି ।

ରବିନ୍ଦ୍ରନ୍ ତାଙ୍କ ଚିଠିରେ ମଧ୍ୟ କହିଛନ୍ତି ଯେ, କମ୍ପାନୀ ଫେବୃଆରୀ ମାସର ଦରମା କର୍ମଚାରୀମାନଙ୍କୁ ମାର୍ଚ୍ଚ ମାସ ସୁଦ୍ଧା ଦେବାକୁ ଯଥାସମ୍ଭବ ଚେଷ୍ଟା କରୁଛି, କିନ୍ତୁ ଯେତେବେଳେ ଆଇନ ସେମାନଙ୍କୁ ଅନୁମତି ଦେବ ସେତେବେଳେ ସେମାନେ ତାହା କରିପାରିବେ। ରବିନ୍ଦ୍ରନ୍ କହିଛନ୍ତି ଯେ ଗତ ମାସରେ କମ୍ପାନୀକୁ ଆଇନଗତ ପ୍ରକ୍ରିୟା ହେତୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା ଏବଂ ବର୍ତ୍ତମାନ ଅର୍ଥ ଥାଇ ମଧ୍ୟ ଏହା ସମସ୍ୟାର ସମ୍ମୁଖୀନ ହେଉଛି।

Get real time updates directly on you device, subscribe now.