fbpx

ଅନନ୍ତ- ରାଧିକା ପ୍ରି ୱେଡ଼ିଂ ସେରିମନି: ଅନନ୍ତଙ୍କ ଭାବପୂର୍ଣ୍ଣ ଭାଷଣ ଶୁଣି କାନ୍ଦି ପକାଇଲେ ମୁକେଶ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ଅମ୍ବାନୀ ପରିବାରର ବିଗ୍ ଫ୍ୟାଟ୍ ୱେଡ଼ିଂକୁ ନେଇ ସବୁଆଡ଼େ ଚର୍ଚ୍ଚା । ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସୁପୁତ୍ର ଅନନ୍ତ ଅମ୍ବାନୀ ଚଳିତ ବର୍ଷ ଜୁଲାଇ ମାସରେ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବେ ବୋଲି ସୂଚନା ମିଳିଛି । ବିବାହ ପୂର୍ବରୁ ଅମ୍ବାନୀ ପରିବାର ଜାମନଗରରେ ୩ ଦିନିଆ ପ୍ରି- ୱେଡ଼ିଂ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ଯେଉଁଥିରେ ଭାରତ ତଥା ବିଦେଶର ବହୁ ବିଶିଷ୍ଟ ଅତିଥି ଏବଂ କଳାକାର ଯୋଗ ଦେଇଇବାର ନଜର ଆସିଛନ୍ତି । ତେବେ ଏହି ପ୍ରି- ୱେଡ଼ିଂ ଉତ୍ସବରେ ଅନନ୍ତ ଅମ୍ବାନୀଙ୍କ ଏକ ଭାବପୂର୍ଣ୍ଣ ଭାଷଣ ତାଙ୍କ ମାତା ପିତାଙ୍କୁ ଭାବୁକ କରିଥିଲା ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ୩ ଦିନିଆ ପ୍ରିୱେଡ଼ିଂ ଉତ୍ସବରେ ଅନନ୍ତ ଅମ୍ବାନୀ ଏକ ମାତା ପିତାଙ୍କ ଉଦେ୍ଦଶ୍ୟରେ ଏକ ଭାବପୂର୍ଣ୍ଣ ଭାଷଣ ଦେଇଥିଲେ ଯାହା ସେଠାରେ ଉପସ୍ଥିତ ସମସ୍ତଙ୍କ ହୃଦୟ ଛୁଇଁଥିଲା । ଅନନ୍ତ ତାଙ୍କ ପ୍ରି ୱେଡ଼ଂ ଉତ୍ସବକୁ ବିଶେଷ କରିବା ପାଁଇ ମାତା ପିତାଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଥମେ ଅନନ୍ତ ତାଙ୍କ ମା’ ନୀତା ଅମ୍ବାନୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଡ୍ରିମ୍ ପ୍ରୋଜେକ୍ଟ Vantara ପାଇଁ ସେ କିପରି ପରିଶ୍ରମ କରିଛନ୍ତି । ତାଙ୍କ ମା’ଙ୍କ ସହଯୋଗ ବିନା ହୁଏତ ଏସବୁ ସମ୍ଭବ ହୋଇନଥାନ୍ତା । ଅନନ୍ତ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋକପାତ କରି କହିଥିଲେ ଯେ ତାଙ୍କ ଜୀବନ ଗୋଲାପର ସେଜ ନୁହେଁ । ତାଙ୍କୁ କଣ୍ଟାର ଯନ୍ତ୍ରଣା ମଧ୍ୟ ସହିବାକୁ ପଡ଼ିଛି । ସେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ମାତା ପିତା କେବେ ବି ତାଙ୍କୁ କୌଣସି ଅସୁବିଧା ଅନୁଭବ କରାଇନାହାନ୍ତି । ସେମାନେ ସର୍ବଦା ତାଙ୍କ ପାଖରେ ଛିଡ଼ା ହୋଇଥିଲେ । ଅନନ୍ତଙ୍କ ଏପରି କଥା ଶୁଣି ଅଶ୍ରୁଧାରାକୁ ଅଟକାଇ ପାରିନଥିଲେ ମୁକେଶ ଅମ୍ବାନୀ । ସତରେ, ଏହା ପ୍ରତ୍ୟେକ ପିତା ପାଇଁ ଭାବପୂର୍ଣ୍ଣ ମୁହୂର୍ତ୍ତ । ଏହି ଭିଡ଼ିଓକୁ ବାନୀ ମେହରୋତ୍ରା ‘ଏକ୍ସ’ରେ ଶେୟାର କରିଛନ୍ତି ।

 

Get real time updates directly on you device, subscribe now.