fbpx
BJD SKY
BJD SKY

ଆଜି ହିଁ କିଣନ୍ତୁ ଜିଓର ଏହି ୩ ମାସିଆ ଶସ୍ତା ପ୍ଲାନ, ଅନଲିମିଟେଡ୍ କଲିଂ ସହିତ ଡିଜ୍‌ନୀ ହଟଷ୍ଟାରର ବି ଫାଇଦା

BJD

ନୂଆଦିଲ୍ଲୀ:ରିଲାଏନ୍ସ ଜିଓ ଦେଶର ନଂ୧ ଟେଲିକମ୍ କମ୍ପାନୀ । ଜିଓ ନିକଟରେ ଏବେ ୪୪କୋଟିରୁ ଅଧିକ ୟୁଜରବେସ୍ ରହିଛି । ଜିଓ ପକ୍ଷରୁ ଲଗାତର ପ୍ରଦାନ କରାଯାଉଥିବା ଶସ୍ତା ଓ ଫାଇଦାବାଲା ପ୍ଲାନ କାରଣରୁ ଏହାର ୟୁଜରବେସ୍ ଲଗାତର ବୃଦ୍ଧି ପାଇବାରେ ଲାଗିଛି । ଜିଓ ନିକଟରେ ବହୁ ଲୋଭନୀୟ ରିଚାର୍ଜ ପ୍ଲାନ ରହିଛି । ଯଦି ଆପଣ ଜିଓର ସିମ୍ ବ୍ୟବହାର କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ କମ୍ପାନୀର ଦୁଇଟି ଦମଦାର ପ୍ଲାନ ବିଷୟରେ କହିବାକୁ ଯାଉଛୁ ।

ଜିଓ ନିକଟରେ ଏଣ୍ଟରଟେନମେଣ୍ଟ, ଡାଟା ବୁଷ୍ଟର, ଆନୁଆଲ ପ୍ଲାନ୍ସ, ଡାଟା ପ୍ୟାକ୍ସ, ୫ଜି ଅପଗ୍ରେଡ୍‌, ଜିଓ ଫୋନ୍ ପ୍ଲାନ ଏହିପରି ବହୁ କାଟାଗୋରୀ ରହିଛି । ୟୁଜର ନିଜ ବଜେଟ୍ ଅନୁସାରେ କୌଣସି ବି ପ୍ଲାନ୍ ଚୟନ କରିପାରନ୍ତି । ଏହି କ୍ରମରେ ଆମେ ଆପଣଙ୍କୁ ଏପରି ୨ଟି ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କୁ ଦୀର୍ଘ ଭାଲିଡିଟି ସହିତ ଓଟିଟି ସବସ୍କ୍ରିପସନର ବି ଫାଇଦା ମିଳିବ ।

ଜିଓର ଲିଷ୍ଟରେ ୭୫୮ ଟଙ୍କାର ଏକ ପ୍ଲାନ ରହିଛି । ଆପଣ ଦୀର୍ଘ ଭ୍ୟାଲିଡିଟି ସହିତ ଅନଲିମିଟେଡ୍ କଲିଂ ଓ ଓଟିଟିର ଫାଇଦା ଚାହୁଁଥିଲେ ଏହି ପ୍ଲାନ ଆପଣାନ୍ତୁ । ଏହି ପ୍ଲାନରେ ଆପଣଙ୍କ ୮୪ ଦିନ ଅର୍ଥାତ୍ ୩ ମାସର ଭାଲିଡିଟି ମିଳିବ । ଏହି ପ୍ଲାନରେ ୧୨୬ଜିବି ଡାଟା ଅଫର ରହିଛି । ଆପଣ ପ୍ରତିଦିନ ୧.୫ଜିବି ଡାଟା ବ୍ୟବହାର କରିପାରିବେ । ଅନଲିମିଟେଡ୍ କଲିଂ ସହିତ ୧୦୦ ଫ୍ରି ଏସଏମଏସର ଅଫର ରହିଛି । ଏହି ପ୍ଲାନରେ ସବୁଠାରୁ ବଡ ଫାଇଦା ହେଉଛି ଓଟିଟି ସବସ୍କ୍ରିପସନ । ଯଦି ଆପଣ ଡିଜନୀ ପ୍ଲସ ହଟଷ୍ଟାର ପାଇଁ ଅଲଗା ପଇସା ଖର୍ଚ୍ଚ କରୁଛନ୍ତି ତେବେ ଜିଓର ଏହି ପ୍ଲାନରେ ଆପଣ ସେହି ପଇସା ସଞ୍ଚୟ କରିପାରିବେ । ଏହି ପ୍ଲାନରେ ଆପଣଙ୍କୁ ୯୦ ଦିନ ପର୍ଯ୍ୟନ୍ତ ଡିଜନୀ ପ୍ଲସ୍ ହଟଷ୍ଟାରର ମୋବାଇଲ୍ ସବସ୍କ୍ରିପସନ ମିଳିବ । ଏହା ସହିତ ଜିଓ ସିନେମା, ଜିଓ ଟିଭି, ଜିଓ କ୍ଲାଉଡ୍ ପରି ସୁବିଧା ବି ମିଳିବ ।

ସେହିପରି ଜିଓର ୬୬୬ଟଙ୍କା ପ୍ଲାନ ବି କମ୍ପାନୀର ଅନ୍ୟତମ ଲୋଭନୀୟ ପ୍ଲାନ । ଏଥିରେ ବି ଆପଣଙ୍କୁ ୮୪ ଦିନର ଭାଲିଡିଟି ମିଳିବ । ଏଥିରେ ବି ୧୨୬ ଜିବି ଡାଟା, ପ୍ରତିଦିନ ୧୦୦ଏସଏମଏସ ଫ୍ରି, ଅନଲିମିଟେଡ୍ କଲିଂ ମିଳିବ ଓ ଉପରୋକ୍ତ ପ୍ଲାନର ଅନ୍ୟ ସମସ୍ତ ସୁବିଧା ମିଳିବ । କିନ୍ତୁ ଏଥିରେ ଓଟିଟି ଆପସ୍‌ର ମାଗଣା ସବସ୍କ୍ର୍‌ିପସନ ସୁବିଧା ମିଳିବ ନାହିଁ ।

Get real time updates directly on you device, subscribe now.