fbpx

ମହାସଂଗ୍ରାମ ଭିତରେ ଜିତିଲେ ଅନନ୍ତ ଜେନା: ମାତ୍ର ୧୨୨ ଭୋଟରେ ବିଜେଡିର ଆଉ ଏକ ବିଜୟ

ଓଡ଼ିଶା ଭାସ୍କର: ବିଧାନସଭା ନିର୍ବାଚନରେ ବିଜେଡି ଦେଇଛି ଡବଲ ଝଟକା । ବରୀ ବିଜୟ ପରେ ଭୁବନେଶ୍ୱର କେନ୍ଦ୍ରରେ ମଧ୍ୟ ଶୁଭ ଶଙ୍ଖଧ୍ୱନୀ ଶୁଭିଛି । ବରୀରେ ବିଶାଳ ବିଜୟ ହାସଲ କରିବା ପରେ ଅନନ୍ତ ନାରାୟଣ ଜେନା ମଧ୍ୟ ବିଜେଡିକୁ ବିଜୟୀ କରାଇଛନ୍ତି । ଏହି ବିଧାନସଭା ଆସନରେ ଅନନ୍ତ ନାରାୟଣ ଜେନା ମାତ୍ର ୧୨୨ ଖଣ୍ଡ ଭୋଟରେ ବିଜୟୀ ହୋଇ ବିଜେଡିକୁ ଓଡ଼ିଶାର ଦ୍ୱିତୀୟ ବିଧାନସଭା ଆସନ ଭେଟି ଦେଇଛନ୍ତି । ଯାଜପୁର ବରୀରେ ବିଶ୍ୱରଞ୍ଜନ ୫୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ବେଳେ ଅନନ୍ତ ନାରାୟଣ ଜେନା ମାତ୍ର ୧୨୨ ଭୋଟରେ ବିଧାନସଭା ଆସନ ନିଜର କରିଛନ୍ତି ।

Get real time updates directly on you device, subscribe now.