fbpx

ବିଳମ୍ବିତ ରାତିରେ ସାଉଥ୍ ଷ୍ଟାରଙ୍କ ସହ ନଜର ଆସିଲେ ଅନନ୍ୟା ପାଣ୍ଡେ

ମୁମ୍ବାଇ,୨୯ ।୨: ବଳିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବିଳମ୍ବିତ ରାତିରେ ସାଉଥ୍ ଷ୍ଟାର ବିଜୟ ଦେବାର୍କୋଣ୍ଡାଙ୍କ ସହ ବାଇକରେ ଯାଉଥିବା ନଜର ଆସିଛନ୍ତି । ଏହି ସମୟରେ ଅନନ୍ୟା ବାଇକର ଟାଙ୍କି ଉପରେ ବସିଥିବା ଦେଖିବାକୁ ମିଳିଛି । ବିଜୟଙ୍କ ସହ ଅନନ୍ୟାଙ୍କ ଲେଟ୍ ନାଇଟ୍ ବାଇକ୍ ରାଇଡର ଫଟୋ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି ।

ତେବେ ବିଜୟ ଦେବର୍କୋଣ୍ଡା ନିଜର ପ୍ରଥମ ଫିଲ୍ମ ଅର୍ଜୁନ ରେଡ୍ଡୀକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଅର୍ଜୁନ ରେଡ୍ଡୀ ପରେ ତାଙ୍କର ଗୀତା ଗୋବିନ୍ଦମ୍, ପ୍ରିୟ ସାଥୀ, ଟ୍ୟାକ୍ସିୱାଲା ଆଜି ହିଟ୍ ହୋଇଥିଲା । ବହୁତ ଜଲଦୀ ତାଙ୍କୁ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହ ଫିଲ୍ମ ଫାଇଟରେ ଦେଖିବାକୁ ମିଳିବ । ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ହିନ୍ଦୀ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ।

ତେବେ ଭାଇରାଲ ହେଉଥିବା ଫଟୋଟି ଏହି ଫିଲ୍ମର ଏକ ଅଂଶ, ଯେଉଁଥିରେ ଅନନ୍ୟା ବିଜୟଙ୍କ ସହ ଖାଲି ରାସ୍ତାରେ ବାଇକ୍ ରାଇଡର ମଜା ନେଉଛନ୍ତି । ଅନ୍ୟପଟେ ଫାଇଟର ବଲିଉଡ୍ କନେକ୍ଟ ଫିଲ୍ମ ହୋଇଥିବା ବେଳେ କରଣ ଜୋହର ମଧ୍ୟ ଏହାର ନିର୍ମାତା ରହିଛନ୍ତି । ଏହି ଫିଲ୍ମ ସହିତ ଅନନ୍ୟା ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ‘ଫାଇଟର’ ଫିଲ୍ମ ମାଧ୍ୟମରେ ଅନନ୍ୟାଙ୍କୁ ପ୍ରଥମଥର ପାଇଁ ଦେବାର୍କୋଣ୍ଡାଙ୍କ ସହ ଦେଖିବେ ଦର୍ଶକ ।

Get real time updates directly on you device, subscribe now.