fbpx

ପୁଣି ମହାମାରୀ ହେଉଛି କରୋନା! ଗୋଟିଏ ଦିନରେ ୬ ଆକ୍ରାନ୍ତଙ୍କ ମୃତ୍ୟୁ, ୭୦୨ ନୂଆ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ଭୟଙ୍କର ରୂପ ନେଉଛି ମହାମାରୀ କରୋନା । ନୂଆ ଭାରିଆଣ୍ଟରେ ଶହ ଶହ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଇଁ ଏହା ୁଣିଥରେ ଚିନ୍ତାର ବିଷୟ ପାଲଟିଛି । ବର୍ତ୍ତମାନ ଦେଶରେ ୭୦୨ ନୂଆ ପଜିଟିଭ କେସ୍ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ତେବେ ଏହା ସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାରକୁ ଅତିକ୍ରମ କରିସାରିଛି । ତେଣୁ ଯଥେଷ୍ଟ ପରିମାଣରେ ସତର୍କ ରହିବା ପାଇଁ ପରାମର୍ଶ ସ୍ୱାସ୍ଥ୍ୟ ବିଭାଗ ଦେଇଛି ।

ଆଜି ଗୋଟିଏ ଦିନରେ ଦେଶରେ ମୋଟ ୭୦୨ ଜଣ ନୂଆ କରୋନା ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ଏହି ନୂଆ ପଜିଟିଭକୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୯୭ରେ ପହଞ୍ଚିଛି । ଏହାବ୍ୟତୀତ ସବୁଠୁ ଭୟ ବଢାଇବାର କାରଣ ପାଲଟିଛି ଭାରିଆଣ୍ଟରେ ହେଉଥିବା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟା ଭିତରେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏଥିରେ ମହାରାଷ୍ଟ୍ରରୁ ୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ କର୍ଣ୍ଣାଟକ, କେରଳ, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ଅସୁସ୍ଥ ଲୋକମାନଙ୍କୁ ଭିଡ଼ ବା ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଯିବା ପାଇଁ ବାରଣ କରିଛନ୍ତି ।

ଦେଶରେ ଥଣ୍ଡା ଅଧିକ ହେବାରୁ କରୋନା ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୨ ତାରିଖରେ ଦେଶରେ କରୋନାର ସର୍ବାଧିକ ୭୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ କୋଭିଡର ଦୈନନ୍ଦିନ ପଜିଟିଭ ସଂଖ୍ୟା ହ୍ରାସ ପାଇଥିଲା ଏବଂ ଭୀଷଣ ଥଣ୍ଡା ଲହର ନୂଆ ଭାରିଆଣ୍ଟର ସଂକ୍ରମଣ ହାରକୁ ପୁଣି ବୃଦ୍ଧି କରିଛି । କରୋନାର ଏଭଳି ପରିସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ, ବଢୁଥିବା ସଂକ୍ରମଣକୁ ନଜର ରଖିବା ପାଇଁ ଜିନମ୍ ସିକ୍ୱେନ୍ସିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.