fbpx

(Video) ଏଣିକି ସମୁଦ୍ର କୂଳରେ ମିଳିବ ମଦ! ଇଚ୍ଛା ମୁତାବିକ ମିଳିବ ବ୍ରାଣ୍ଡ; ଚାଲିବ ଜବରଦସ୍ତ ପାର୍ଟି

ଓଡ଼ିଶା ଭାସ୍କର: ଏଥର ରାଜ୍ୟର ବିଭିନ୍ନ ସମୁଦ୍ର କୂଳରେ ଆରମ୍ଭ ହେବ ପାର୍ଟି । ସମୁଦ୍ର କୂଳରେ ମଦ ପାଇପାରିବେ ଗ୍ରାହକ । ସମୁଦ୍ର କୂଳରେ ବସି ମଦ ପିଇବା ସହ ପ୍ରାକୃତିକ ପରିବେଶର ମଜା ନେଇପାରିବେ ଗ୍ରାହକ । ଏବେ ରାଜ୍ୟରେ ଲାଗୁ ହୋଇଛି ନୂଆ ଅବକାରୀ ନୀତି । ରାଜ୍ୟ ସରକାର ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି । ସେପ୍ଟେମ୍ବର ମାସରୁ ଲାଗୁ ହେବା ସହ ୨୦୨୫ ମାର୍ଚ୍ଚ କିମ୍ବା ପରବର୍ତ୍ତୀ ନୀତି ଆସିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ନୀତିରେ ସବୁଠାରୁ ଆଶ୍ଚର୍ଯ୍ୟ କଲାଭଳି ନୀତିି ହେଉଛି ଏବେ ସମୂଦ୍ର କୂଳରେ ମଦ ମିଳିବ । ତେବେ କେଉଁ ସ୍ଥାନରେ ଏବଂ କିପରି ଏହି ସୁବିଧା ମିଳିବ, ଆସନ୍ତୁ ଜାଣିବା…

ଲୋକେ ସମୁଦ୍ର କୂଳରେ ମଦର ମଜା ନେଇ ପାରିବେ । ସମୁଦ୍ର ବେଳାମୂମତରେ ମଦ ପିଇଲେ ପୋଲିସ ଧରିବ ନାହିଁ । ବିନା ଭୟରେ ସମୁଦ୍ର କୂଳରେ ବଶି ମଦ ପିଇ ପାରିବେ । ମଦ ପିଇବା ପାଇଁ ଛୋଟ କଟେଜ ମାନ ରହିଛି । ସେହି କଟେଜ ମାନଙ୍କରେ ବିକ୍ରିହେବ ମଦ ।

ଖାଲି ସମୟକୁ ଛାଡ଼ିଦେଲେ ଇକୋ ରିଟ୍ରିଟ ସମୟରେ ମଧ୍ୟ ମଦ ବିକ୍ରି ହେବ । ଏହି ମଦ ଓଟିଡିସି ପକ୍ଷରୁ ଯୋଗାଇ ଦିଆଯିବ । ତେବେ କେବଳ ଓଟିଡିସି ହିଁ ମଦ ବିକ୍ରି କରିପାରିବ । ଓଟିଡିସିକୁ ଏଥିପାଇଁ ମିଳିବ ଅସ୍ଥାୟି ଲାଇସେନ୍ସ । ଅନ୍ୟ କେହି ମଦ ବିକ୍ରି କଲେ ଆଇନର ଦ୍ୱାରସ୍ଥ ହେବେ । ତେବେ ସବୁଠାରୁ ବଡ଼ କଥା ହେଉଛି ସବୁ ବେଳାଭୂମିରେ ମଦ ବିକ୍ରି ହୋଇପାରିବ ନାହିଁ । କେଉଁ କେଉଁ ବେଳାଭୂମିରେ ମଦ ବିକ୍ରି ହେବ ତାହା ପର୍ଯ୍ୟଟନ ବିଭାଗ ସ୍ଥିର କରିବ ।

ସେପଟେ ଯଦି ଦେଖିବା ନୂଆ ନୀତିରେ ନୂଆ ମଦ ଦୋକାନ ଖୋଲିବା ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି । ଚଳିତ ବର୍ଷ ଆଉ ଗୋଟିଏବି ଖୋଲିବ ନାହିଁ ମଦ ଦୋକାନ । ସେହିଭଳି ରାଜ୍ୟରେ ୫୭ ମଦ ଦୋକଳନର ରିନ୍ୟୁଆଲ କରାଯିବ ନାହିଁ । ବାର ଗୁଡ଼ିକରେ ଡ୍ୟାନ୍ସ ପରିବେଷଣ କରିବାକୁ ପୁରା ମନା କରଯାଇଛି । କେବଳ ଗୀତ ପରିବେଷଣ ହୋଇପାରିବ । ସେହିଭଳି ଭାଙ୍ଗ ତାଡ଼ି ଏବଂ ପୋଚ ପାଇଁ ମଧ୍ୟ ନୀୟମ ଲାଗୁ ହୋଇଛି ।

Get real time updates directly on you device, subscribe now.