fbpx

ଇତିହାସ ରଚିଲେ ଆଣ୍ଡରସନ: ଏମିତି କରିବାରେ ବନିଲେ ପ୍ରଥମ ଦ୍ରୁତ ବୋଲର

ନୂଆଦିଲ୍ଲୀ: ଇତିହାସରେ ନିଜ ନାଁକୁ ଲିପିବଦ୍ଧ କରି ନେଇଛନ୍ତି ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ । ନ୍ୟଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଟମ ଲାଥମଙ୍କ ୱିକେଟ ହାସଲ କରି ଆଣ୍ଡରସନ ଏହି ରେକର୍ଡ ନିଜ ନାମରେ କରିଛନ୍ତି । ଜୀବନର ୧୭୧ତମ ଟେଷ୍ଟ ମ୍ୟାଚରେ ଏମିତି ଏକ ବଡ ଉପଲବ୍ଧି ହାସଲ କରିଛନ୍ତି ଆଣ୍ଡରସନ । ଟେଷ୍ଟ କ୍ରିକେଟ ଇତିହାସରେ ୬୫୦ ୱିକେଟ ନେଇ ସେ ଇତିହାସ ଲେଖିଛନ୍ତି ।

ENG vs NZ: James Anderson becomes the third bowler to pick up 650 Test  wickets - Sports News

ଟେଷ୍ଟ କ୍ରିକେଟ ଜଗତରେ ସବୁଠୁ ଅଦିକ ୱିକେଟ ହାସଲ କରିବା କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛନ୍ତି ଇଂଲଣ୍ଡର ଜେମ୍ସ ଆଣ୍ଡରସନ । ତେବେ ଏହି ତାଲିକାର ଶୀର୍ଷରେ ଶ୍ରୀଲଙ୍କାର ପୂର୍ବତନ ଷ୍ଟାର ବୋଲର ମୁଥେୟା ମୁରଲୀଧରନ(୮୦୦) ଥିବା ବେଳେ ଦ୍ୱିତୀୟ ସ୍ଥାନରେ ସ୍ପିନର ଯାଦୁଗର ସେନ ୱାର୍ଣ୍ଣ(୭୦୮) ରହିଛନ୍ତି । ଏବେ ଆଣ୍ଡରସନ ସେନ ୱାର୍ଣ୍ଣଙ୍କ ନିକଟରୁ ମାତ୍ର ୫୮ ୱିକେଟ ପଛରେ ରହିଛନ୍ତି ।

୨୦୦୩ରେ ଡେବ୍ୟୁ କରିଥିବା ଜେମ୍ସ ଆଣ୍ଡରସନ ୪ ବର୍ଷ ପର୍ଯ୍ୟନ୍ତ ଦଳ ପାଇଁ ଖାସ ସଦସ୍ୟ ହୋଇ ପାରି ନଥିଲେ । ତେବେ ୨୦୦୭ ପରେ ସେ ଖେଳରେ ପରିବର୍ତ୍ତନ ଆଣି ପ୍ରତି ମୁହୂର୍ତ୍ତରେ ବିରୋଧୀଙ୍କୁ ଚିନ୍ତାରେ ପକାଇଛନ୍ତି । ଟେଷ୍ଟ ୍ୟତୀତ ୧୯୪ ଇଣ୍ଟରନେସନାଲ ମ୍ୟାଚ ମଧ୍ୟ ଖେଳିଛନ୍ତି ଆଣ୍ଡରସନ । ଏଥିରେ ୨୬୯ଟି ୱିକେଟ ହାସଲ କରିଛନ୍ତି ଇଂଲଣ୍ଡ ତାରକା ଜେମ୍ସ ଆଣ୍ଡରସନ ।

Get real time updates directly on you device, subscribe now.