fbpx
BSKY SKY
BSKY SKY

ଆଇନ ନମାନିଲେ ଭାରତ ଛାଡ: Twitterକୁ କୋର୍ଟଙ୍କ ଚେତାବନୀ

BSKY

ନୂଆଦିଲ୍ଲୀ: ପୁଣି ଥରେ କୋର୍ଟଙ୍କ ରୋଷର ଶିକାର ହୋଇଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟ୍ଟର । ଭାରତୀୟ ଆଇନ ନ ମାନିଲେ ଆପଣ ଭାରତ ଛାଡନ୍ତୁ ବୋଲି ଚେତାବନୀ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ନ୍ୟାୟପାଳିକା ବିପକ୍ଷରେ ରହିଥିବା ଅପମାନ ଜନକ କଣ୍ଟେଣ୍ଟ ପ୍ରତ୍ୟାହାର ନହେବା କାରଣରୁ ଏଭଳି ଚେତାବନୀ ଦେଇଛନ୍ତି କୋର୍ଟ । ନ୍ୟାୟପାଳିକା ବିପକ୍ଷରେ ରହିଥିବା କଣ୍ଟେଣ୍ଟ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲେ ହେଁ ଟ୍ୱିଟ୍ଟର ପକ୍ଷରୁ ଏହାକୁ ପାଳନ କରାଯାଇନଥିଲା ।

କୋର୍ଟ ଟ୍ୱିଟ୍ଟରକୁ ସମାଲୋଚନା କରିଥିଲେ । ଭାରତରେ କାର୍ଯ୍ୟ କରୁଥିବା ସମସ୍ତ କମ୍ପାନୀ ଭାରତୀୟ ଆଇନ ମାନିବାକୁ ବାଧ୍ୟ । ଯଦି କୌଣସି କମ୍ପାନୀ ଏହା ନ ମାନନ୍ତି ସେମାନେ ଦେଶ ଛାଡି ପାରନ୍ତି । ଏହା ସହିତ ଟ୍ୱିଟ୍ଟର ବିରୋଧରେ ନ୍ୟାୟିକ ମାମଲା କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ ଏମ୍ ସତ୍ୟନାରାୟଣଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ନିଷ୍ପତ୍ତି ନେଇଥିଲେ । ଏହା ସହିତ ଆଦେଶ ଅମାନ୍ୟର କାରଣ ଜଣାଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.