fbpx
BSKY
BJD MS SKY
BJD YOUTH SKY

ଇଷ୍ଟର୍ଣ୍ଣ କମାଣ୍ଡର ନୂଆ ମୁଖିଆ ହେଲେ ରାଣା ପ୍ରତାପ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ରାଣା ପ୍ରତାପ କାଲିଟାଙ୍କ କାନ୍ଧକୁ ଆସିଛି ନୂଆ ଦାୟିତ୍ୱ । ଇଣ୍ଡିଆନ ଆର୍ମିର ପ୍ରତିଷ୍ଠିତ ଇଷ୍ଟର୍ଣ୍ଣ କମାଣ୍ଡର ନୂତନ ଜେନେରାଲ ଅଫିସର କମାଣ୍ଡିଙ୍ଗ ଇନ ଚିଫ ଭାବେ ଦାୟିତ୍ୱ ନେଇଛନ୍ତି ରାଣା ପ୍ରତାପ । ଗ୍ୟାରସନ ପେରେଡ ଗ୍ରାଉଣ୍ଡରେ ଗାର୍ଡ ଅଫ ଅନର ଏବଂ ବିଜୟ ସ୍ମାରକୀଠାରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଆର୍ମିର ଗକ୍ଟଊର ଓଐଛରେ ମ୍ୟାନ ପାୱାର ପ୍ଲାନିଙ୍ଗ ଆଣ୍ଡ ପର୍ସେନେଲ ସର୍ଭିସେସ ଭାବେ କାର୍ଯ୍ୟରତ ଥିଲେ ରାଣାପ୍ରତାପ ।
ଏହା ବ୍ୟତୀତ ଜେନେରାଲ କାଲିଟା ଡିଫେନ୍ସ ସର୍ଭିସେସ ଷ୍ଟାଫ କଲେଜ, ହାଇ କମାଣ୍ଡ, ନ୍ୟାସନାଲ ଡିଫେନ୍ସ କଲେଜର ଆଲୁମନାସ ଏବଂ ସିଆରପିଏଫରେ ସାମରିକ ପର୍ଯ୍ୟବେକ୍ଷକ ତଥା ସୁଦାନର ମୁଖ୍ୟ ଅପରେସନ ଅଫିସର ଭାବେ ମିଳିତ ଜାତିସଂଘରେ ମଧ୍ୟ ଦୁଇଥର କାର୍ଯ୍ୟ କରି ସାରିଛନ୍ତି । ଯେଉଁଥିପାଇଁ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଜେନେରାଲ କାଲିଟା । ଉତ୍କଳ ଯୁବା ସେବା ପଦକ, ଅତି ବିଶ୍ୱସ୍ତ ସେବା ପଦକ ସହିତ ସେନା କର୍ମଚାରୀଙ୍କ ପ୍ରଶଂସା କାର୍ଡ ଏବଂ ଜିଓସି-ଇନ-ସି ଇଷ୍ଟର କମାଣ୍ଡ କମେଣ୍ଡେସନ କାର୍ଡ ମଧ୍ୟ ଅର୍ଜନ କରିଛନ୍ତି ରାଣାପ୍ରତାପ ।

Get real time updates directly on you device, subscribe now.