ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ର ସରକାର । ଡିଗ୍ରୀ କଲେଜରେ ଇଂରାଜୀ ମାଧ୍ୟମକୁ କରାଯିବ । ଆନ୍ଧ୍ରପ୍ରଦେଶର ଜଗନ ମୋହନ ରେଡ୍ଡୀ ସରକାର ନେଇଛନ୍ତି ଏହି ନିଷ୍ପତ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି, ଆନ୍ଧ୍ର ପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ୨୦୨୧-୨୨ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ ଭାବରେ ପରିଚାଳିତ ଡିଗ୍ରୀ କଲେଜଗୁଡ଼ିକରେ ଇଂରାଜୀ ମାଧ୍ୟମ ବାଧ୍ୟତାମୂଳକ ହେବ ।