fbpx
BJD
BJD SKY
BJD SKY

କାର୍ ଦୁର୍ଘଟଣାରେ ପ୍ରାଣ ହରାଇଲେ ଆଣ୍ଡ୍ର୍ୟୁ ସାଇମଣ୍ଡସ: ଦୁଇ ଥର ଜିତିଛନ୍ତି ବିଶ୍ୱକପ୍

ନୂଆଦିଲ୍ଳୀ: ଶେନ୍ ୱାର୍ଣ୍ଣ ଏବଂ ରଡ୍ ମାର୍ଶଙ୍କ ପରେ ପ୍ରାଣ ହରାଇଛନ୍ତି ଆଉ ଜଣେ କ୍ରିକେଟର । ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଆଣ୍ଡ୍ର୍ୟୁ ସାଇମଣ୍ଡସ । ଶନିବାର ବିଳମ୍ବିତ ରାତିରେ କ୍ୱିନସଲ୍ୟାଣ୍ଡରେ ସାଇମଣ୍ଡସଙ୍କ କାର୍ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ସମୟରେ ସାଇମଣ୍ଡସ୍ କାରରେ ଏକା ଉପସ୍ଥିତ ଥିଲେ । ଜରୁରୀ କାଳୀନ ମେଡିକାଲ ଟିମ୍ ପକ୍ଷରୁ ତାଙ୍କୁ ବଞ୍ଚାଇବାର ସମସ୍ତ ପ୍ରୟାସ କରାଯାଇଥିଲେ ହେଁ ଏହା ନିଷ୍ଫଳ ହୋଇଥିଲା ।

କାରଟି ଦୁର୍ଘଟଣାର ଶିକାର ହେବା ସହିତ ରାସ୍ତାରୁ ଗଡି ଗଡି ଯାଇଥିଲା । ସାଇମଣ୍ଡସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି କ୍ରିକେଟ ଅଷ୍ଟ୍ରେଲିଆ ସଭାପତି ଲାକଲାନ ହେଣ୍ଡରସନ୍ । ଅଷ୍ଟ୍ରେଲିଆ କ୍ରିକେଟ ଜଣେ ତାରକା ଖେଳାଳିଙ୍କୁ ହରାଇଲା ବୋଲି ହେଣ୍ଡରସନ୍ କହିଛନ୍ତି । ୧୯୯୮ରେ ଅଷ୍ଟ୍ରେଲିଆ ପାଇଁ ପଦାର୍ପଣ କରିଥିବା ସାଇମଣ୍ଡସ ୨୦୦୯ ଯାଏଁ ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ଥିଲେ ।

୪୬ ବର୍ଷୀୟ ସାଇମଣ୍ଡସ ଅଷ୍ଟ୍ରେଲିଆ ପାଇଁ ୨୬ଟି ଟେଷ୍ଟ ଓ ୧୯୮ଟି ଦିନିକିଆ ମୁକାବିଲା ଖେଳିଛନ୍ତି । ୨୬ଟେଷ୍ଟରୁ ସେ ୧୪୬୨ ରନ୍ କରିବା ସହିତ ୨୪ଟି ୱିକେଟ୍ ନେଇଛନ୍ତି । ଏହା ମଧ୍ୟରେ ୨ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ସାମିଲ ରହିଛି । ଏହା ସହିିତ ୧୯୮ଟି ଦିନିକିଆରୁ ୬ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ସହିତ ୩୯୭୫ ରନ୍ କରିଥିଲେ ସାଇମଣ୍ଡସ । ଏହା ସହିତ ୧୩୩ଟି ୱିକେଟ ମଧ୍ୟ ନେଇଛନ୍ତି । ୨୦୦୩ ଏବଂ ୨୦୦୭ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ରହିଥିଲେ ସାଇମଣ୍ଡସ ।

Get real time updates directly on you device, subscribe now.