fbpx

ଦିଲ୍ଲୀ ଅଗ୍ନିକାଣ୍ଡ ପରେ ଚେତିଲା ଓଡ଼ିଶା: ରାଜ୍ୟର ହୋଟେଲ, ଶିକ୍ଷାନୁଷ୍ଠାନ, ସିନେମା ହଲ, ହସ୍ପିଟାଲ ଆଦିରେ ଆରମ୍ଭ ହେବ ଯାଞ୍ଚ ପ୍ରକିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିଲ୍ଲୀର ମୁଣ୍ଡକା ମେଟ୍ରୋ ରେଳଷ୍ଟେସନ ନିକଟରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୨୯ ଜଣ ନିଖୋଜ, ବହୁ ଆହତ ହୋଇଥିବା ବେଳେ ୭ ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି । ତେବେ ରାଷ୍ଟ୍ରୀୟ ରାଜଧାନୀକୁ ଥରାଇ ଦେଇଥିବା ଏହି ଅଗ୍ନିକାଣ୍ଡ ପରେ ଏବେ ଓଡ଼ିଶା ଅଗ୍ନିଶମ ବାହିନୀ ସତର୍କ ହୋଇଯାଇଛି । ଓଡ଼ିଶାରେ ଯଦି କୌଣସି ସମୟରେ ଏଭଳି ଅଘଟଣ ଘଟେ, ସେଥିନେଇ ଆମେ କେତେ ପ୍ରସ୍ତୁତ ବୋଲି ପ୍ରଶ୍ନ ଉଠିଛି? ଖୁବଶୀଘ୍ର ରାଜ୍ୟରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ଅଗ୍ନିଶମ ନିରାପତ୍ତା ଆଇନ ୨୦୧୭କୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ବିଭାଗୀୟ ମହାନିର୍ଦ୍ଦେଶକ ରାଜ୍ୟର ସମସ୍ତ ଜିଲ୍ଲାର ସହକାରୀ ଅଗ୍ନିଶମ ଅଧିକାରୀ, ମଣ୍ଡଳ ଉପଅଗ୍ନିଶମ ଅଧିକାରୀ, ରେଞ୍ଜ ଫାୟାର ଅଫିସରଙ୍କୁ ଚିଠି ଲେଖିଛନ୍ତି । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ହୋଟେଲ, ଲଜ, ଶିକ୍ଷାନୁଷ୍ଠାନ, ସିନେମା ହଲ, ବହୁତଳ କୋଠା, ମଲ୍ଟିପ୍ଲେକ୍ସ, ଅଡିଟୋରିୟମ୍, କନଭେସନ ହଲ, ହଷ୍ଟେଲ, ଶିଳ୍ପାନୁଷ୍ଠାନ, ଗେଷ୍ଟ ହାଉସ ଆଦିର ଅଗ୍ନିଶମ ନିରାପତ୍ତା ବିଷୟରେ ନିୟମିତ ଯାଞ୍ଚ କରାଯିବ ।

ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଯେପରି ସମସ୍ତେ ଦେଖିପାରିବେ ସେଥିପାଇଁ ପଦକ୍ଷେପ ନିଆଯିବାକୁ କୁହାଯାଇଛି । ବିଭିନ୍ନ ପ୍ରତିଷ୍ଠାନରେ ସମସ୍ତ ଅଗ୍ନିଶମ ଅଧିକାରୀ, ସହକାରୀ ଅଧିକାରୀ ଯାଞ୍ଚ କରିବେ । ମାର୍କେଟ କମ୍ପେ୍ଲକ୍ସ, ହାଟ, ବଜାରମାନଙ୍କରେ ଅଗ୍ନିଶମ ନିରାପତ୍ତା ଆଇନ କାର୍ଯ୍ୟକାରୀ କରାଯିବ । ଅଗ୍ନିକାଣ୍ଡ ଘଟିଲେ ୧୧୨କୁ ସୂଚନା ଦେବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.