fbpx

ଅକ୍ଷୟ କୁମାର ଦ୍ୱିତୀୟ ଥର କୋଭିଡ୍ ପଜିଟିଭ୍: ମିସ୍ କରିବେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍

ନୂଆଦିଲ୍ଲୀ:ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ପୁଣି ଥରେ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଗତ ବର୍ଷ ଏପ୍ରିଲରେ କରୋନା ଆକ୍ରାନ୍ତ ହୋଇଥିବା ଅକ୍ଷୟ ଆଉଥରେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ମିସ୍ କରିବାକୁ ଯାଉଛନ୍ତି । କାନ୍ସ ୨୦୨୨ରେ ଇଣ୍ଡିଆ ପ୍ୟାଭିଲିୟନରେ ଅକ୍ଷୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ।

ନିଜେ ଟ୍ୱିଟ୍ କରି ଅକ୍ଷୟ କୁମାର କୋଭିଡ୍ ପଜିଟିଭ୍ ଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ଅକ୍ଷୟ ଏହି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ୫୪ ବର୍ଷୀୟ ଅକ୍ଷୟ କୁମାର ଟ୍ୱିଟ୍ କରି ଲେଖିଛନ୍ତି ଅନୁରାଗ ମୁ ତୁମକୁ ଆଉ ତୁମ ଟିମକୁ ମିସ୍ କରିବି । କୋଭିଡ୍ ଆକ୍ରାନ୍ତ ଥିବା କାରଣରୁ ମୁଁ ବର୍ତ୍ତମାନ ବିଶ୍ରାମ ନେବାକୁ ଯାଉଛି ।

ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ଐତିହାସିକ ଡ୍ରାମା ଫିଲ୍ମ ପୃଥ୍ୱୀରାଜରେ ନଜର ଆସିବାକୁ ଯାଉଛନ୍ତି । ଶନିବାର ମହାରାଷ୍ଟ୍ରରେ ୨୪୮ଟି କରୋନାର ନୂତନ ମାମଲା ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.