fbpx

(Video) ଆରେ ଭାଇ ରାଧୁଆ, ଝିଅମାନଙ୍କୁ କମେଣ୍ଟ କରି ବହୁତ ଖାଇଲ, ଏବେ ଟିକେ ହୋସକୁ ଆସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଉଦଭ୍ରାନ୍ତ ଯୁବକମାନଙ୍କୁ ଆଉ ପାରି ହେବନି । ଯୋଉଠି ଝିଅଟିଏ ଏକୁଟିଆ ପାଇଲେ ସୁଯୋଗ ଜମା ହାତଛଡ଼ା କରୁନାହାନ୍ତି । କମେଣ୍ଟ କରିବା ଠାରୁ ଆରମ୍ଭ କରି ଟଣାଓଟରା କରି ଯୁବତୀମାନଙ୍କୁ ହଇରାଣ ହରକତ କରୁଛନ୍ତି । ଅନେକ ସମୟରେ ଏପରି ପଥହରା ଯୁବକମାନେ ଧରାପଡ଼ି ଉତ୍ତମ ମଧ୍ୟମ ଗଣ୍ଡେ ମଧ୍ୟ ଖାଇଥାନ୍ତି । ତେବେ ଏଭଳି ଜଣେ ରୋଡ଼ ରୋମିଓଙ୍କୁ ଜଣେ ଅଙ୍ଗନୱାଡ଼ି କର୍ମୀ ପିଟିଛନ୍ତି ।

୪ ଜଣ ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଥିବା ସମୟରେ ଯୁବକଙ୍କୁ ପିଟିଛନ୍ତି ଜଣେ ଅଙ୍ଗନୱାଡ଼ି କର୍ମୀ । ଘଟଣା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ କିଛି କଲେଜ ଛାତ୍ରୀ ଘରକୁ ଆସୁଥିଲେ । ଏହି ସମୟରେ ରୋଡ଼ ରୋମିଓ ବାବୁ ଆମର ବାଇକରେ ଆସି କମେଣ୍ଟ ମାରିବା ସହ ଅସଦାଚରଣ କରିଥିଲେ । ଏହି ଘଟଣା ବିଷୟରେ ଅଙ୍ଗନୱାଡ଼ି ସହାୟିକା ଜାଣିବା ପରେ ସେ ମଦ୍ୟପ ଯୁବକଙ୍କୁ ନିର୍ଧୂମ୍ ପିଟିଥିଲେ ।

ଏହାପରେ ଅଙ୍ଗନୱାଡ଼ି ମହିଳା ଜଣଙ୍କ ଯୁବକଙ୍କୁ ଅଟକ ରଖିବା ପରେ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ପହଞ୍ଚିବାରେ ବିଳମ୍ବ କରିବାରୁ ସ୍ଥାନୀୟ ଲୋକମାନେ ମଧ୍ୟ ଉକ୍ତ ଯୁବକଙ୍କୁ ପ୍ରବଳ ଛେଚିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା । ଲୋକଙ୍କ ମାଡ଼ରେ ବେହୋସ୍ ହୋଇ ତଳେ ପଡ଼ିଥିବା ଯୁବକଙ୍କ ଚେତା ଫେରାଇବା ପାଇଁ ପୋଲିସ ତାଙ୍କ ମୁହଁରେ ପାଣି ଛିଞ୍ଚୁଥିବା ଭିଡିଓରେ ଦେଖାଯାଉଛି ।

Get real time updates directly on you device, subscribe now.