fbpx
BSKY
BJD MC SKY
BJD YOUTH SKY

ଆନନ୍ଦଙ୍କ ସହିତ ଅଙ୍ଗିରାଙ୍କ ସେକେଣ୍ଡ ଇନିଂସ

ମୁମ୍ବାଇ(ଓଡ଼ିଶା ଭାସ୍କର) : ହାତକୁ ଦି ହାତ ହୋଇଛନ୍ତିି ବଲିଉଡ୍ ଅଭିନେତ୍ରୀ ଅଙ୍ଗିରା ଧର । ଅଭିନେତା ତଥା ନିର୍ଦ୍ଦେଶକ ଆନନ୍ଦ ତିୱାରୀଙ୍କ ସହିତ ନିଜର ସେକେଣ୍ଡ ଇନିଂସ ଆରମ୍ଭ କରିଛନ୍ତି ଅଙ୍ଗିରା । ଅଙ୍ଗିରା ନିଜର ପ୍ରଥମ ୱେବ୍ ସିରିଜ୍ ଏବଂ ଫିଲ୍ମର ନିର୍ଦ୍ଦେଶକ ଆନନ୍ଦ ତିୱାରୀଙ୍କୁ ଜୀବନସାଥି ଭାବରେ ଗ୍ରହଣ କରିଛନ୍ତି । ଉଭୟ ୩୦ ଏପ୍ରିଲରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ କେବଳ ପରିବାର ଲୋକ ଏହି ବିବାହରେ ଉପସ୍ଥିତ ରହିଥିଲେ ।

ଆନନ୍ଦ ଟ୍ୱିଟ୍ କରି ବିବାହ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଅଙ୍ଗିରା ନିଜର ଇନ୍ଷ୍ଟାଗ୍ରାମ ପେଜ୍ରେ ବିବାହ ସମ୍ପର୍କରେ ଘୋଷଣା କରିଛନ୍ତି । ୩୦/୦୪/୨୦୨୧ରେ ମୁଁ ଓ ଅଙ୍ଗିରା ଆମର ବନ୍ଧୁତ୍ୱକୁ ବିବାହରେ ପରିଣତ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ ବୋଲି ଆନନ୍ଦ ଲେଖିଛନ୍ତି । ପରିବାର, କିଛି ବନ୍ଧୁ ଏବଂ ଭଗବାନଙ୍କୁ ସାକ୍ଷୀ ରଖି ଆମେ ପରସ୍ପରକୁ ଜୀବନସାଥୀ ଭାବରେ ଗ୍ରହଣ କରିଥିଲୁ । ବର୍ତ୍ତମାନ ଆମର ଏହି ଖୁସିର ମୂହୁର୍ତ୍ତ ମୁଁ ଆପଣ ମାନଙ୍କ ସହିତ ଶେୟାର କରିବାକୁ ଚାହୁଁଛି ବୋଲି ଆନନ୍ଦ ଲେଖିଛନ୍ତି । ଲଭ୍ ପର ସ୍କେ୍ୱୟାର ଫୁଟ୍ ଏବଂ କମାଣ୍ଡୋ ପରି ଫିଲ୍ମରେ ଅଭିନୟ କରିଥିବା ଅଙ୍ଗିରା ଆଗାମୀ ଦିନରେ ମେ’ଡେରେ ନଜର ଆସିବାକୁ ଯାଉଛନ୍ତି । ଅପର ପକ୍ଷରେ ଉଡାନ୍, ଛପାକ୍ ପରି ଫିଲ୍ମରେ ଅଭିନୟ କରିଥିବା ଆନନ୍ଦ ଶେଷ ଥର ପାଇଁ ନେଲ୍ ପଲିସ୍ରେ ନଜର ଆସିଥିଲେ ।

Get real time updates directly on you device, subscribe now.