fbpx

ବିଶ୍ୱର ଶସ୍ତା କୋଭିଡ୍ ଟେଷ୍ଟ: ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କୋଭିଡ୍ ପରୀକ୍ଷଣ ପାଇଁ ସବୁଠାରୁ ଶସ୍ତା କୋଭିଡ୍ ଟେଷ୍ଟ ଶୁକ୍ରବାର ଲଞ୍ଚ ହୋଇଛି । ଆଇଆଇଟି ଦିଲ୍ଳୀ ପକ୍ଷରୁ ଲଞ୍ଚ କରାଯାଇଥିବା ଏହି ଆଣ୍ଟିଜେନ୍ ଟେଷ୍ଟ କିଟ୍ର ମୂଲ୍ୟ ସମଗ୍ର ବିଶ୍ୱରେ ସର୍ବନିମ୍ନ ରହିଥିବାକ ଜଣାପଡିଛି । କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ଧୋତ୍ରେ ଆଇଆଇଟି ଦିଲ୍ଲୀ ପକ୍ଷରୁ ପ୍ରସ୍ତୁତ ଏହି କିଟ୍ର ଲଞ୍ଚ କରିଛନ୍ତି । ଏହି କିଟର ମୂଲ୍ୟ ମାତ୍ର ୫୦ ଟଙ୍କା ରହିଥିବା ବେଳେ ଆଇଆଇଟି ଦିଲ୍ଲୀ ଏହାର ପ୍ୟାଟେଣ୍ଟ ଅଧିକାର ନିଜ ପାଖରେ ରଖିଛି । ଆଇଆଇଟି ଦିଲ୍ଳୀର ସେଣ୍ଟର ଅଫ୍ ବାୟୋ ମେଡିକାଲ ଇଞ୍ଜିନିୟରିଙ୍ଗ (ସିବିଏମ୍ଇ) ଏବଂ ପ୍ରଫେସର ହରପାଲ୍ ସିଂଙ୍କ ଉଦ୍ୟମରେ ଏହି ଆଣ୍ଟିଜେନ୍ କିଟ୍ ବିକଶିତ ହୋଇଛି । ଭାରତ ପରି ଜନବହୁଳ ରାଷ୍ଟ୍ର ନିମନ୍ତେ ଏହି ଆଣ୍ଟିଜେନ୍ କିଟ୍ର ବ୍ୟବହାର ଲାଭଦାୟକ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିବା ସହିତ ଆଇଆଇଟି ଦିଲ୍ଲୀର ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ କରୋନାର ପ୍ରଥମ ଲହର ସମୟରେ ଆଇଆଇଟି ଦିଲ୍ଲୀ ମାତ୍ର ୩୯୯ ଟଙ୍କାରେ ପିପିଇ କିଟ୍ ନିର୍ମାଣ କରି ପ୍ରଶଂସା ସାଉଁଟିଥିଲା । ବର୍ତ୍ତମାନ ସୁଦ୍ଧା ଏହି ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରାୟ ୮୦ ଲକ୍ଷ ପିପିଇ କିଟ୍ ନିର୍ମାଣ କରାଯାଇଥିବା ନେଇ ନିର୍ଦ୍ଦେଶକ ଭି ରାମଗୋପାଳ ରାଓ ସୂଚନା ଦେଇଛନ୍ତି । ଆତ୍ମନିର୍ଭର ଭାରତ ଆହ୍ୱାନକୁ ସଫଳ କରିବା ପାଇଁ ସେ ଏହି ଆଣ୍ଟିଜେନ୍ କିଟ୍ ନିର୍ମାଣ କରିଥିବା ପ୍ରକାଶ କରିଛନ୍ତି ପ୍ରଫେସର ହରପାଲ୍ । ଏହି କିଟ୍ଟି ୯୮.୯୯ ପ୍ରତିଶତ ଫଳପ୍ରଦ ରହିଥିବା ବେଳେ ଏହାକୁ ଆଇସିଏମ୍ଆର ମଞ୍ଜୁରୀ ମଧ୍ୟ ମିଳିସାରିଛି । ଏହି କିଟ୍ର ବଜାର ମୂଲ୍ୟ ମାତ୍ର ୫୦ ଟଙ୍କା ରଖାଯାଇଛି ।

Get real time updates directly on you device, subscribe now.