fbpx

ଭାରତ ବିପକ୍ଷ ସିରିଜ ପାଇଁ ଇଂଲଣ୍ଡ ଦଳ ଘୋଷଣା: ନୂଆ ରୂପରେ ଡେବ୍ୟୁ କରିବେ ବଟଲର

ନୂଆଦିଲ୍ଲୀ: ଭାରତ ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଛି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ । ଇଂଲଣ୍ଡ ଦଳର ସଫଳ ଅଧିନାୟକ ଇଓନ ମୋର୍ଗାନ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବା ପରେ ଜୋସ ବଟଲରଙ୍କୁ ମିଳିଛି ଏହି ଦାୟିତ୍ୱ । ତେଣୁ ସେ ଭାରତ ବିପକ୍ଷ ଏହି ସିରିଜ ଅଧିନାୟକ ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଟି-୨୦ ପାଇଁ ଇଂଲଣ୍ଡ ୧୪ ଜଣ ଖେଳାଳି ଏବଂ ଦିନିକିଆ ପାଇଁ ୧୫ ଜଣିଆ ଟିମ ଘୋଷଣା କରିଛି ଇଂଲଣ୍ଡ । ଉଭୟ ଦଳର ନେତୃତ୍ୱ ନେବେ ଷ୍ଟାର ପ୍ଲେୟର ଜୋସ ବଟଲର । ତେବେ ଏହି ସିରିଜ ପାଇଁ ଅନେକ ଚେହେରା କମବ୍ୟାକ କରୁଥିବା ବେଳେ କିଛି ଖେଳାଳି ଦଳରୁ ବାଦ ପଡିଛନ୍ତି । ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ଦୀର୍ଖ ଦିନ ପରେ ଦିନିକିଆ ଦଳକୁ ଫେରୁଛନ୍ତି । ତେବେ ଟି-୨୦ ଦଳରେ ତାଙ୍କୁ ପୁଣିଥରେ ତାଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ଜୋ ରୁଟ ଏବଂ ଜନି ବେୟାରଷ୍ଟୋଙ୍କୁ ଟି-୨୦ ସିରିଜରେ ଆରାମ ମିଳିଛି । ତେବେ ଛୁଟିରେ ରହିଥିବାରୁ ଭାରତ ବିପକ୍ଷରେ ଆଦିଲ ରାଶିଦ କୌଣସି ସିରିଜ ଖେଳିବେ ନାହିଁ ।

ଭାରତ ବିପକ୍ଷରେ ଜୁଲାଇ ୭ ତାରିଖରୁ ୩ ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ । ପ୍ରଥମ ମ୍ୟାଚ ଜୁଲାଇ ୭ ତାରିଖରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ ୯ ତାରିଖ ଏବଂ ତୃତୀୟ ତଥା ଶେଷ ମ୍ୟାଚ ୧୦ ତାରିଖ ଦିନ ଖେଳାଯିବ । ଏହାପରେ ଜୁଲାଇ ୧୨ ତାରିଖ ଦିନିକିଆ ସିରିଜ ପାଇଁ ଲଢିବେ ଇଂଲଣ୍ଡ ଏବଂ ଭାରତ । ଦ୍ୱିତୀୟ ମ୍ୟାଚ ୧୪ ଏବଂ ତୃତୀୟ ମ୍ୟାଚ ୧୭ ତାରିଖରେ ଖେଳାଯିବାର ସୂଚୀ ରହିଛି ।

ଇଂଲଣ୍ଡର ଟି-୨୦ ଦଳ:

ଜୋସ ବଟଲର(ଅଧିନାୟକ), ମୋଇନ ଅଲୀ, ହେରୀ ବ୍ରୁକ, ସାମ କରନ, ରିଚାର୍ଡ ଗ୍ଲୀସନ, କ୍ରିସ ଜୋର୍ଡାନ, ଲିୟାମ ଲିଭିଙ୍ଗଷ୍ଟୋନ, ଡାଭିଡ ମଲାନ, ଟାଇମଲ ମିଲ୍ସ, ମାଥ୍ୟୁ ପାର୍କିନ୍ସନ, ଫିଲ ସଲ୍ଟ, ଜାସନ ରୟ, ରୀସ ଟପଲୀ ଏବଂ ଡାଭିଡ ୱିଲି

ଇଂଲଣ୍ଡର ଦିନିକିଆ ଦଳ:

ଜୋସ ବଟଲର(ଅଧିନାୟକ), ମୋଇନ ଅଲୀ, ଜନି ବେୟାରଷ୍ଟୋ, ହେରି ବ୍ରୁକ, ବ୍ରାୟଡନ କାର୍ସ, ସାମ କରନ, ଲିୟାମ ଲିଭିଙ୍ଗଷ୍ଟୋନ, କ୍ରେଗ ଓଭରଟନ, ମାଥ୍ୟୁ ପାର୍କିନ୍ସନ, ଜୋ ରୁଟ, ଜାସନ ରୟ, ଫିଲ ସଲ୍ଟ, ବେନ ଷ୍ଟୋକ୍ସ, ରୀସ ଟପଲୀ, ବେନ ଷ୍ଟୋକ୍ସ, ଡାଭିଡ ୱିଲି

Get real time updates directly on you device, subscribe now.