fbpx
BJD SKY
BJD SKY

(Video) ରାଗିଯାଇ ଛାତ ଉପରେ ଚଢ଼ିଗଲା ଷଣ୍ଢ, ଆଉ ତା’ ପରେ ସିଧା ମାରିଲା ଡିଆଁ

BJD

ନୂଆଦିଲ୍ଲୀ: ଷଣ୍ଢ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହେଉଛି । କିନ୍ତୁ ଷଣ୍ଢର ଏପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି , ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ବଡ଼ ଜନ୍ତୁଠାରୁ ଲୋକମାନେ ଦୂରତା ବଜାୟ ରଖନ୍ତି, କାରଣ ସେ ବେଳେ ବେଳେଅଚାନକ୍ ଆକ୍ରମଣ କରିଦିଏ । ବେଳେବେଳେ ଚାଲୁଥିବା ଲୋକମାନଙ୍କୁ ଷଣ୍ଢ ଆକ୍ରମଣ କରିଥାଏ ଓ ଲୋକମାନେ ନିଜ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡନ୍ତି । ଏବେ ଭାଇରାଲ ହେଉଥିବା ଭିଡିଓରେ ଏକ ବିଶାଳାକାୟ ଷଣ୍ଢ କାହା ଘରର ଛାତ ଉପରେ ଠିଆ ହୋଇଥିଲା । ଏହା ପରେ ଯାହା ହେଲା, ତାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି କି, ରାସ୍ତା କଡ଼ରେ ଥିବା କାହା ଛାତ ଉପରେ ଷଣ୍ଢଟି ଚଢ଼ିଯାଇଛି । ତଳକୁ ଆସିବାର କୌଣସି ରାସ୍ତା ତାକୁ ନଜର ଆସୁନାହିଁ । ଏହା ପରେ କଳା ରଙ୍ଗର ଷଣ୍ଢଟି ସେ ସ୍ଥାନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲା । ଏହା ପରେ ଷଣ୍ଢଟି ନିଜ ଉପରେ ନିୟନ୍ତ୍ର ରଖିପାରିଲା ନାହିଁ ଓ ଛାତ ଉପରୁ ସିଧା ତଳକୁ ଠିଆଁ ମାରିଥିଲା । ଭାଇରାଲ ଭିଡିଓକୁ ଦେଖିବା ମାତ୍ରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ଆସନ୍ତୁ ଦେଖିବା ଏହାର ଭିଡିଓ…

 

View this post on Instagram

 

A post shared by Ajay Attri (@ajayattri_52)

Get real time updates directly on you device, subscribe now.