fbpx

ଅନୀଲ ଚୌହ୍ୱାନ ନୂଆ CDS : କେନ୍ଦ୍ର ସରକାର ଦେଲେ ନିଯୁକ୍ତି

Advertisement

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ ହେବେ ନୂଆ ସିଡିଏସ । ନୂଆ ସିଡିଏସ ଭାବେ ଅନୀଲ ଚୌହ୍ୱାନଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ସିଡିଏସ ସହ ମିଲିଟାରୀ ଆଫେୟାର୍ସ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ ।

ତେବେ ୧୯୬୧ରେ ଜନ୍ମିତ ଅନୀଲ ଚୌହ୍ୱାନ ଗତବର୍ଷ ଅବସର ନେଇଥିଲେ । ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡିଂ ଇନ୍ ଚିଫ୍ ଥିଲେ ଅନୀଲ ଚୌହ୍ୱାନ । ଜେନେରାଲ ବିପିନ ରାୱତଙ୍କ ଦେହାନ୍ତ ପରେ ସିଡିଏସ ପଦବୀ ଖାଲି ପଡିଥିଲା । ୯ ମାସ ପରେ ନୂଆ ସିଡିଏସ ଭାବେ ନିଯୁକ୍ତି ହୋଇଛନ୍ତି ଅନୀଲ । ରାୱତ ଦେଶର ପ୍ରଥମ ସିଡିଏସ ଥିଲେ ।

ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି କି, ଭାରତ ସରକାର ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନଙ୍କୁ ପରବର୍ତ୍ତୀ ସିଡିଏସ ଭାବେ ନିଯୁକ୍ତ କରିଛନ୍ତି । ସେ ଭାରତ ସରକାରଙ୍କ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବେ ।

Get real time updates directly on you device, subscribe now.