fbpx

ପୁରୁଷଙ୍କ ସ୍ପର୍ମକୁ ନେଇ ନୂଆ ଖୁଲାସା: ବଡ ରହସ୍ୟରୁ ପରଦା ଉଠାଇଲେ ବୈଜ୍ଞାନିକ

Advertisement

ନୂଆଦିଲ୍ଲୀ: ପୁରୁଷର ଶୁକ୍ରାଣୁ ମହିଳାଙ୍କ ଏଗ୍ ସହ ମିଳନ ହେବା ପରେ ଏଥିରୁ ଭ୍ରୁଣ ଜାତ ହୋଇଥାଏ । ଦୁନିଆରେ ଆରମ୍ଭ ହୋଇଥାଏ ଆଉ ଏକ ନୂଆ ଜୀବନର କାହାଣୀ । ତେବେ ଏହି ପ୍ରକ୍ରିୟା ଯେତିକି ସହଜ ଲାଗୁଛି, ପ୍ରକୃତରେ ତାହା ଏତେ ସରଳ ନୁହେଁ । ତେବେ ଏହାକୁ ନେଇ ବୈଜ୍ଞାନିକ ମାନେ ରିସର୍ଚ୍ଚ ଜାରି ରଖିଥିବା ବେଳେ ଏହାକୁ ନେଇ ଏବେ ଆଉ ଏକ ରହସ୍ୟ ଉପରୁ ପରଦା ଉଠିଛି । ସମସ୍ତ ସ୍ତନଧାରୀ ଜୀବଙ୍କ ଦେହରେ ଶୁକ୍ରାଣୁ ଏଗ୍ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରାୟତଃ ଟିମ ତିଆରି କରି ଯାଇଥାନ୍ତି ।

ଆମେରିକାର ନର୍ଥ କେରୋଲିନା ଏବଂ କର୍ଣ୍ଣଲ ୟୁନିଭର୍ସିଟିର ରିସର୍ଚ୍ଚ ଟିମ ଏ ନେଇ ଦାବି କରିଛନ୍ତି । ଏହି ରହସ୍ୟକୁ ସମାଧାନ କରିବା ପାଇଁ ବୈଜ୍ଞାନିକମାନେ ବଳଦର ୧୦ କୋଟି ଶୁକ୍ରାଣୁକୁ ଏକ ସିଲିକନ୍ ଟ୍ୟୁବରେ ଇଞ୍ଜେକ୍ଟ କରିଥିଲେ । ଗାଈର ଗର୍ଭାଶୟରେ ଥିବା ଫଲ୍ୟୁଡ୍ସ ପରି ଜିିନଷ ମିଶାଇ ଏକ ସିରିଞ୍ଜ ପମ୍ପ ସାହାଯ୍ୟରେ ଶୁକ୍ରାଣୁର ପ୍ରବାହ କରିବା ପାଇଁ ଆରମ୍ଭ କରିଥିଲେ ଅପରେସନ । ତେବେ ଏହି ଫ୍ଲ୍ୟୁଡ୍ସ ପ୍ରବାହ ନଥିବା ସମୟରେ ଏମାନେ ସଂଗଠିତ ହୋଇ ସରଳରେଖାରେ ପହଁରୁଥିଲେ । କିନ୍ତୁ ପ୍ରବାହ ଆରମ୍ଭ ହେବା ପରେ ଏମାନେ ଉପରକୁ ଉଠିବାକୁ ଲାଗିଲେ । ପ୍ରବାହର ବେଗ ବଢିବା ପରେ ଭଲ ଭାବରେ ଫ୍୍ୟୁଡ୍ସଗୁଡିକୁ ପାର କରିପାରୁଥିଲେ ଶୁକ୍ରାଣୁ ଟିମ୍ । ତେବେ ସିଙ୍ଗଲ ସ୍ପର୍ମ ଏପରି କରିବାରେ ସମ୍ପୂର୍ଣ୍ଣ ଅସମର୍ଥ ହୋଇ ପଡିଥିବାର ଦେକିବାକୁ ମିଳିଛି ।

ତେବେ ଏପରି ଟିମ ବା ସଂଗଠିତ ହୋଇ ପ୍ରବାହିତ ହେବା ଦ୍ୱାରା ଶୁକ୍ରାଣୁ ଗୁଡିକ ମଧ୍ୟରୁ ଅତି କମରେ କିଛି ଶୁକ୍ରାଣୁ ଫିମେଲ ଏଗ୍ ପର୍ଯ୍ୟନ୍ତ ପହଞ୍ଚିବା ଉଚିତ । ସେଥିପାଇଁ ସ୍ପର୍ମ ଏପରି ମେକାନିଜମ ଆପଣାଇଥାନ୍ତି ବୋଲି କହିଛନ୍ତି ଚିୟାଙ୍ଗ । ତେବେ ସଂଗଠିତ ସ୍ପର୍ମ ଗର୍ଭାଶୟର ଫ୍ଲ୍ୟୁଡ୍ସକୁ ପାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ତେବେ ଏପରି ଏକ ବଡ ରହସ୍ୟ ଉପରୁ ପରଦା ଉଠାଇଛି ଏହି ରିସର୍ଚ୍ଚ ।

Get real time updates directly on you device, subscribe now.