fbpx

ଅଞ୍ଜନା ମାମଲରେ ପଡିଲା ପୂର୍ଣ୍ଣଚ୍ଛେଦ

କଟକ, ୧ା୩(ଓଡିଶା ଭାସ୍କର):ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ଓ ସିବିଆଇର ସତ୍ୟପାଠ ଦାଖଲ ପରେ ଏହି ମାମଲାରେ ପୂର୍ଣ୍ଣଚ୍ଛେଦ ପଡିଛି । ମାମଲାର ସମସ୍ତ ଅଭିଯୁକ୍ତ ଗିରଫ ହୋଇସାରିଥିବା ସତ୍ୟପାଠ ଦାଖଲ ହୋଇଛି । ଏପରିକି ମାମଲାର ମୁଖ୍ୟ ଅଭିଯୁକ୍ତ ନିକଟରେ ଗିରଫ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି ।

ତେବେ ପୀଡିତା ଅଞ୍ଜନା ମିଶ୍ରଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା । ତଦନ୍ତରେ ଶିଥିଳତା ଓ ଷଡଯନ୍ତ୍ର ଅଭିଯୋଗରେ ମାମଲା ଦାୟର କରିଥିଲେ ଅଞ୍ଜନା । ଏନେଇ ୨୦୦୨ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଞ୍ଜନା ମିଶ୍ର ।

Get real time updates directly on you device, subscribe now.