fbpx

ଦେଖନ୍ତୁ ସବ୍ୟ-ଅର୍ଚ୍ଚିତାଙ୍କ ହଳଦୀମାଖା ଫଟୋ, ଆଉ କିଛି ମୁହୂର୍ତ୍ତ ପରେ ବିବାହ ବନ୍ଧନରେ ବାନ୍ଧିହେବେ ଦୁଇ ତାରକା

ଭୁବନେଶ୍ୱର, ୧ା୩ (ଓଡିଶା ଭାସ୍କର): ବର୍ତ୍ତମାନ ସମୟରେ ଓଲିଉଡର ଦୁଇ ହିଟ୍ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତାକୁ ନେଇ ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ସବୁଆଡ଼େ ବେଶ ଚର୍ଚ୍ଚା । ବିବାହ ପୂର୍ବରୁ ଏହି ତାରକା ଦ୍ୱୟ ଆକର୍ଷଣୀୟ ବେଶ ପୋଷାକରେ ସଜ୍ଜିତ ହେବା ସହ ହଳଦୀ ମାଖି ହୋଇଛନ୍ତି । ଏହି ଫଟୋକୁ ଫ୍ୟାନମାନେ ବେଶ ପସନ୍ଦ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ନିର୍ବନ୍ଧ ସରିଥିବା ବେଳେ ଆଜି ରାଜସ୍ଥାନରେ ଏକ ବିଳାସପୂର୍ଣ୍ଣ ପରିବେଶରେ ବିବାହ ସମ୍ପନ୍ନ ହେବ । ଉଭୟ ସବ୍ୟ ଓ ଅର୍ଚ୍ଚିତା ଇଞ୍ଜିନିୟରିଂ ଛାତ୍ର ଅଟନ୍ତି । ଅନେକ ଫିଲ୍ମରେ ଦୁହେଁ ଏକାଠି କାମ କରିବା ସହ ବହୁ ହିଟ୍ ଫିଲ୍ମ ଦେଇଛନ୍ତି । ସବ୍ୟସାଚୀ କରୋନା ସମୟରେ ଅସୁବିଧାରେ ପଡ଼ିଥିବା ଅନେକ ଲୋକଙ୍କୁ ସାହାଯ୍ୟ କରି ରିୟଲ ଲାଇଫରେ ହିରୋ ପାଲଟିଯିବା ସହ ବହୁ ପ୍ରଶଂସା ପାଇଥିଲେ ।

Get real time updates directly on you device, subscribe now.