fbpx

ଭୁବନେଶ୍ୱରରେ ଉଦଘାଟନ ହେଲା ଅଙ୍କୁର ହସ୍ପିଟାଲ: ମହିଳା ଓ ଶିଶୁଙ୍କୁ ସ୍ୱାସ୍ଥ୍ୟସେବାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର: ଭୁବନେଶ୍ୱରରେ ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ ଆଣିବାକୁ ଯାଉଛି ହାଇଦ୍ରାବାଦର ଅଙ୍କୁର ହସ୍ପିଟାଲ । ରାଜଦାନୀରେ ବିଭିନ୍ନ କ୍ଷେତ୍ରରେ ବିଶେଷ ଚିକିତ୍ସା ପ୍ରଦାନ କରିବାକୁ ଏକ ପ୍ରତିବଦ୍ଧତା ସହିତ ଅଙ୍କୁରର ଏକ ୧୨୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଉଦଘାଟନ ହୋଇଯାଇଛି । ଏହି ମେଡିକାଲରେ ବିଭିନ୍ନ High-Riskbirthing, Pediatric Gastroenterology, Pediatricnephrology, Pediatricendocrinology, Pediatric Neurology, ଅର୍ଥୋପେଡିକ୍ସ, କର୍କଟ ଚିକିତ୍ସା ଏବଂ ଜରୁରୀକାଳୀନ ଚିକିତ୍ସା ଇତ୍ୟାଦି ଚିକିତ୍ସା ଯୋଗାଇ ଦିଆଯିବ । ଏହି ଅତ୍ୟାଧୁନିକ ଡାକ୍ତରଖାନା ମହିଳାମାନଙ୍କର ଅନନ୍ୟ ଆବଶ୍ୟକତାକୁ ପୂରଣ କରିବା ଏବଂ ପିଲାମାନଙ୍କ ପାଇଁ ବିଶେଷ ସେବା ଯୋଗାଇବା କ୍ଷେତ୍ରରେ ଖୁବ ସହାୟକ ହେବ ।

ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଅମର ପଟ୍ଟନାୟକ, ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, BMC କର୍ପୋରେଟର(୪୧) କବିତା ସ୍ୱାଇଁ, IAS ନିଖିଲ ପାଭନ କଲ୍ୟାଣ, ସାଂସଦ ଶ୍ରୀକୃଷ୍ଣ ଦେବରାୟାଲୁ ଏବଂ ଅଙ୍କୁରର ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ ଡା. କୃଷ୍ଣପ୍ରସାଦ ଭନ୍ନାମ ପ୍ରମୁଖ ଉପସ୍ତିତ ରହିଥିଲେ। ଦେଶର ତିନୋଟି ରାଜ୍ୟରେ ଏକ ଦଶନ୍ଧିରୁ ଅଧିକ ଅଭିଜ୍ଞତା ଏବଂ ୧୪ ଟି କେନ୍ଦ୍ର ସହିତ ଅଙ୍କୁର ହସ୍ପିଟାଲ୍ ମହିଳା ଏବଂ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବାରେ ଏକ ବିଶ୍ୱସ୍ତ ନାମ ଭାବରେ ଉଭା ହୋଇଛି।

ଭୁବନେଶ୍ୱରର ନୂତନ ୧୨୦ ଶଯ୍ୟା ବିଶିଷ୍ଟ ସୁବିଧା ମହିଳା ଏବଂ ଶିଶୁଙ୍କ ପାଇଁ ଅତ୍ୟାଧୁନିକ ଅପରେସନ୍ ଥିଏଟର(OT), Level III ପେଡିଆଟ୍ରିକ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (PICU), Level III ନିଓନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (NICU), ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବ ଅଙ୍କୁର ହସ୍ପିଟାଲ । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ପରେ ବର୍ତ୍ତମାନ ଓଡ଼ିଶାରେ ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ ଆଣିବାକୁ ଯାଉଛି ଅଙ୍କୁର ।

ହସ୍ପିଟାଲ ଉଦଘାଟନ ଉତ୍ସବରେ ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଡା. କୃଷ୍ଣ ପ୍ରସାଦ ଭନ୍ନାମ୍ କହିଛନ୍ତି ଯେ “ଅଙ୍କୁରା ହସ୍ପିଟାଲର ବ୍ୟକ୍ତିଗତ ଧ୍ୟାନ, ଉନ୍ନତ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ତଥା ଅଭିଜ୍ଞ ବୃତ୍ତିଗତ ଦଳ ଉପରେ ଗୁରୁତ୍ୱ ଦିଆଯାଉଛି। ମହିଳା ଏବଂ ଶିଶୁମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପାଇଁ ଏହାକୁ ଏକ ‘ଷ୍ଟପ୍ ସେଣ୍ଟର୍ କ୍ୟାଟରିଂ’ ଭାବରେ କାର୍ଯ୍ୟ କରିବ ବୋଲି କହିଛନ୍ତି ଡା. ଭନ୍ନମ୍ ।

Get real time updates directly on you device, subscribe now.