fbpx
BSKY
BJD MC SKY
BJD MS SKY

ଏବେ ମନ୍ଦିରରୁ ୧୦% ଶୁଳ୍କ ଆଦାୟ କରିବ କଂଗ୍ରେସ ସରକାର, ବିଲ୍ ପାସକୁ ନେଇ ବର୍ଷିଲା ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ବିଧାନସଭାରେ Karnataka Hindu Religious Institutions and Charitable Endowments Bill 2024 ପାରିତ କରିଛନ୍ତି । ୧ କୋଟିରୁ ଉର୍ଦ୍ଧ୍ୱ ରାଜସ୍ୱ ଥିବା ମନ୍ଦିର ଗୁଡ଼ିକରୁ ୧୦% ଏବଂ ୧୦ ଲକ୍ଷରୁ ୧% ରାଜସ୍ୱ ଥିବା ମନ୍ଦିରଗୁଡ଼ିକରୁ ୫% ଶୁଳ୍କ ଆଦାୟ କରିବ ସରକାର । ଏହି ବିଲ୍ ପାରିତ ହେବା ନେଇ ବିଜେପି କର୍ଣ୍ଣାଟକ ସରକାରଙ୍କୁ ‘ହିନ୍ଦୁ ବିରୋଧୀ’ ଆଖ୍ୟା ଦେଇଛି । କଂଗ୍ରେସ ମନ୍ଦିରଗୁଡ଼ିକରୁ ଶୁଳ୍କ ଆଦାୟ କରି ନିଜର ଖାଲି ଥିବା ରାଜକୋଷ ପୂର୍ଣ୍ଣ କରିବାକୁ ଚାହୁଁଛି ବୋଲି ବିଜେପି ଅଭିଯୋଗ କରିଛି ।

ବୁଧବାର କର୍ଣ୍ଣାଟକ ବିଧାନସଭାରେ Karnataka Hindu Religious Institutions and Charitable Endowments Bill 2024 ପାରିତ ହୋଇଥିଲା ଯାହାକୁ ନେଇ ବିଜେପି କର୍ଣ୍ଣାଟକ ସରକାରଙ୍କୁ ଟାର୍ଗେଟ କରିଛି । ଶ୍ରଦ୍ଧାଳୁମାନେ ଭଗବାନଙ୍କ ପାଖରେ ଯାହାବି ଅର୍ପଣ ବା ଦାନ କରିଥାନ୍ତି ତାହା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ପାଇଁ ବିନିଯୋଗ ହୋଇଥାଏ । ଏଥିରେ ଶ୍ରଦ୍ଧାଳୁମାନଙ୍କ ସୁବିଧା ମଧ୍ୟ ସାମିଲ ରହିଛି । କଂଗ୍ରେସ ହିନ୍ଦୁ ବିରୋଧୀ ନୀତି ଆପଣାଉଛି ବୋଲି କହିଛି ବିଜେପି । ଏହି ପରିପ୍ରେକ୍ଷିରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା କହିଥିଲେ ଯେ କେବଳ ହିନ୍ଦୁ ମନ୍ଦିରଗୁଡ଼ିକୁ ହିଁ କ’ଣ ପାଇଁ ଟାର୍ଗେଟ କରାଯାଉଛି । ଧର୍ମକୁ ରାଜନୀତିରେ ଆଣିବା ପାଇଁ ବିଜେପି ଚେଷ୍ଟା କରୁଛି ବୋଲି କର୍ଣ୍ଣାଟକ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ ଅଭିଯୋଗ କହିଥିଲେ । ସେ କହିଥିଲେ ହିନ୍ଦୁତ୍ୱର ପ୍ରକୃତ ସମର୍ଥକ ହେଉଛି କଂଗ୍ରେସ ।

 

Get real time updates directly on you device, subscribe now.