fbpx

କିଏ ଏହି ଭାରତୀୟ ବଂଶଜ ଯାହାଙ୍କୁ ଶକ୍ତିଶାଳୀ ବ୍ୟକ୍ତିତ୍ୱର ଆଖ୍ୟା ଦେଲା ଆମେରିକା, ଚିକାଗୋ ମାଗାଜିନର ୫୦ ଜଣଙ୍କ ଲିଷ୍ଟରେ ସାମିଲ ହେଲା ନାମ

ନୂଆଦିଲ୍ଲୀ: ଲୋକେ ଭାରତରୁ ଯାଇ ଅନ୍ୟ ଦେଶମାନଙ୍କରେ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି । ଏପରି ଜଣେ ଭାରତୀୟ ବଂଶଜଙ୍କୁ ଆମେରିକାର ଏକ ମାଗାଜିନ ଏକ ଖାସ ତାଲିକାରେ ସାମିଲ କରିଛି । ଚିକାଗୋ ମାଗାଜିନ ରାଜା କୃଷ୍ଣମୂର୍ତ୍ତିଙ୍କୁ ଚିକାଗୋର ୫୦ ଜଣିଆ ଶକ୍ତିଶାଳୀ ବ୍ୟକ୍ତିତ୍ୱରେ ଅନ୍ତର୍ଭୂକ୍ତ କରିଛି ।

ରିପୋର୍ଟ ମୁତାବକ ଆମେରିକାର ଚିକାଗୋ ମାଗାଜିନ ଚିକାଗୋର ୫୦ ଜଣ ଶକ୍ତିଶାଳୀ ଲୋକଙ୍କ ନାମ ପ୍ରକାଶିତ କରିଛି । ଏହି ତାଲିକାରେ ଜଣେ ଭାରତୀୟ ବଂଶଜ ସାଂସଦ ରାଜା କୃଷ୍ଣମୂର୍ତ୍ତିଙ୍କୁ ୨୪ ନମ୍ବର ସ୍ଥାନରେ ରଖିଛି । କୁହାଯାଉଛି ଯେ, ଆମେରିକାର ଇଲିନାଇସ ପ୍ରାନ୍ତର ସବୁଠାରୁ ବଡ଼ ସହର ଚିକାଗୋ ଅଟେ ।

ମାଗାଜିନ ଇଲିନାଇସ ଷ୍ଟେଟର ଗଭର୍ଣ୍ଣର ଜେବି ପ୍ରିଟଜକରଙ୍କୁ ଶକ୍ତିଶାଳୀ ଲୋକଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରଖିଛି । ସେହିପରି ଚିକାଗୋ ସହରର ମେୟର ବ୍ରାଣ୍ଡନ ଜନସନଙ୍କୁ ଦ୍ୱିତୀୟ ସ୍ଥାନରେ ରଖାଯାଇଛି । ରିପୋର୍ଟ ମୁତାବକ କୃଷ୍ଣମୂର୍ତ୍ତି ଏହି ତାଲିକାରେ ସାମିଲ ହୋଇଥିବା ଦକ୍ଷିଣ ଏସୀୟ ବଂଶର ପ୍ରଥମ ବ୍ୟକ୍ତି । କୃଷ୍ଣମୂର୍ତ୍ତି ୨୦୧୬ ମସିହାରେ ଇଲନାସ ପ୍ରାନ୍ତର ଡିଷ୍ଟ୍ରିକ୍ଟ-୮ ରୁ ହାଉସ ଅଫ ରିପ୍ରେଜେଣ୍ଟେଟିବ ପାଇଁ ମଧ୍ୟ ମନୋନୀତ ହୋଇଥିଲେ ।

ଅନୁମାନ କରାଯାଉଛି ଯେ, ୨୦୨୬ ମସିହାରେ ରାଜା କୃଷ୍ଣମୂର୍ତ୍ତି ମଧ୍ୟ ଡେମୋକ୍ରାଟିକଗ ପାର୍ଟୀ ପକ୍ଷରୁ ଆମେରିକା ସଂସଦର ସିନେଟ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । ଜଣେ ରାଜନୈତିକ ପରାମର୍ଶଦାତା କହିଛନ୍ତି ଯେ, କୃଷ୍ଣମୂର୍ତ୍ତି ଦେଶର ଶକ୍ତିଶାଳୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଏବଂ ଚିକାଗୋରେ ଦକ୍ଷିଣ ଏସୀୟ ବଂଶଜଙ୍କ ମଧ୍ୟରୁ ଶକ୍ତିଶାଳୀ ବ୍ୟକ୍ତି ଅଟନ୍ତି । ଚିକାଗୋ ମାଗାଜିନ ଲେଖିଛି ଯେ, କୃଷ୍ଣମୂର୍ତ୍ତି ୨୦୨୬ରେ ସିନେଟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଫଣ୍ଡ ଏକାଠି କରୁଛନ୍ତି । ୨୦୨୨ ବର୍ଷ କୃଷ୍ଣମୂର୍ତ୍ତି ଡେମୋକ୍ରେଟ ଏବଂ ଡେମୋକ୍ରାଟିକ ପାର୍ଟୀକୁ ୪.୬୦ ଲକ୍ଷ ଡଲାର ଦାନ କରିସାରିଛନ୍ତି । ମାଗାଜିନ ମୁତାବକ କୃଷ୍ଣମୂର୍ତ୍ତିଙ୍କ ପ୍ରଚାର ପାଣ୍ଠିରେ ୧.୪୪ କୋଟି ଡଲାର ଅଛି, ଯାହା ଅନ୍ୟ ସାଂସଦଙ୍କ ଅପେକ୍ଷା ତିନି ଗୁଣ ଅଧିକ ।

Get real time updates directly on you device, subscribe now.