fbpx
BJD
BJD SKY
BJD SKY

ବ୍ୟାଙ୍କ ପାଇଁ କ’ଣ ରହିଛି କେନ୍ଦ୍ର ବଜେଟ୍ ? ଜାଣନ୍ତୁ

ନୂଆଦିଲ୍ଲୀ, ୧ା୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ବ୍ୟାଙ୍କ ପାଇଁ ବିଭିନ୍ନ ଘୋଷଣାମାନ କରିଛନ୍ତି ସୀତାରମଣ । ବୀମା କ୍ଷେତ୍ରରେ ୭୪ ପ୍ରତିଶତ ଏଫଡିଆଇକୁ ମଞ୍ଜୁରି ମିଳିଛି । ବୀମା କ୍ଷେତ୍ରରେ ଏଫଡିଆଇ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସରକାରୀ ବ୍ୟାଙ୍କ ପାଇଁ ୨୦ ହଜାର କୋଟି ଟଙ୍କା ରହିଛି । ବ୍ୟାଙ୍କରେ ଟଙ୍କା ସୁରକ୍ଷିତ ରହିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଢ କରାଯିବ । ଭାରତୀୟ ଜୀବନ ବୀମା ନିଗମର ଆଇପିଓ ଆସିବ । ଛୋଟ କମ୍ପାନିଙ୍କ ପାଇଁ ପେଡ୍ ଅଫ୍ କ୍ୟାପିଟାଲ ସୀମା ବଢିଛି । ବିନିବେଶ ପାଇଁ ଆଇନର ସଂଶୋଧନ ହେବ । ଏମଏସଏମଇ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି ।

ଏହା ସହ ଜିଏସଟି ସଂଗ୍ରହରେ ରେକର୍ଡ ହୋଇଛି । ଟ୍ୟାକ୍ସ ଅଡିଟ୍ ଲିମିଟ୍ ୫ କୋଟିରୁ ୧୦ କୋଟିକୁ ବୃଦ୍ଧି ପାଇଛି । ଏଫସିଆଇକୁ ମିଳୁଥିବା ଏନଏସଏସଏଫ ଲୋନ୍ ବନ୍ଦ କରାଯାଇଛି । ସମସ୍ତଙ୍କ ପାଇଁ ଆବାସ ଗୃହକୁ ପ୍ରାଥମିକତା ଦିଆଯାଇଛି । ଶସ୍ତା ଘର ପାଇଁ ଋଣ ଅବଧି ବର୍ଷେ ପର୍ଯ୍ୟନ୍ତ ବଢିଛି ।

Get real time updates directly on you device, subscribe now.