fbpx
BJD
BJD SKY
BJD SKY

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଘୋଷଣା: ଯୋଗର ବାର୍ତ୍ତା ପ୍ରସାର କରିବାରେ ମିଡିଆର ଅବଦାନକୁ ମାନ୍ୟତା ଦେବା ପାଇଁ ୩୩ ଟି ପୁରସ୍କାର

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ମିଡିଆ ସମ୍ମାନର ଦ୍ୱିତୀୟ ସଂସ୍କରଣ ସମ୍ପର୍କରେ ଘୋଷଣା କରିଛି। ଅନ୍ତର୍ଜାତୀୟ ଯୋଗ ଦିବସ ମିଡିଆ ସମ୍ମାନ ୨୦୨୩ ଅଧୀନରେ ତେତିଶ ଜଣଙ୍କୁ ତିନୋଟି ଶ୍ରେଣୀ ଅଧୀନରେ ଅର୍ଥାତ୍ ପ୍ରିଣ୍ଟ୍‌, ଟେଲିଭିଜନ୍ ଏବଂ ରେଡିଓ କ୍ଷେତ୍ରରେ ବାଇଶିଟି ଭାରତୀୟ ଭାଷା ତଥା ଇଂରାଜୀ ଭାଷାରେ ନିମ୍ନରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ସମ୍ମାନ ପ୍ରଦାନ କରାଯିବ।

୧. ୨୨ ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ ୧୧ ଜଣଙ୍କୁ ସମ୍ମାନ – “ଖବରକାଗଜରେ ଯୋଗର ଶ୍ରେଷ୍ଠ ଖବର ପ୍ରକାଶନ” ଶ୍ରେଣୀ ଅଧୀନରେ ପ୍ରଦାନ କରାଯିବ ।

୨. ୨୨ ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ ୧୧ ଜଣଙ୍କୁ ସମ୍ମାନ – “ବୈଦ୍ୟୁତିକ ଗଣମାଧ୍ୟମ (ଟିଭି) ରେ ଯୋଗର ଶ୍ରେଷ୍ଠ ଖବର ପ୍ରସାରଣ” ଶ୍ରେଣୀରେ ପ୍ରଦାନ କରାଯିବ ।

୩. ୨୨ ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ ୧୧ ଜଣଙ୍କୁ ସମ୍ମାନ – “ବୈଦ୍ୟୁତିକ ଗଣମାଧ୍ୟମ (ରେଡିଓ) ରେ ଯୋଗର ଶ୍ରେଷ୍ଠ ଖବର ପ୍ରସାରଣ” ଶ୍ରେଣୀରେ ପ୍ରଦାନ କରାଯିବ ।

୨୦୨୩ ବର୍ଷ ପାଇଁ ପୁରସ୍କାର ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ପ୍ରତି ବର୍ଷ ଜୁନ୍ ୨୧ ରେ ପାଳନ କରାଯାଉଥିବା ଅନ୍ତର୍ଜାତୀୟ ଯୋଗ ଦିବସ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ଏବଂ ଉନ୍ନତି ପାଇଁ ଏକ ଜନ ଆନ୍ଦୋଳନ ସୃଷ୍ଟି କରିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗ ସୀମା ଏବଂ ସଂସ୍କୃତି ଅତିକ୍ରମ କରି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଛି । ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଏହାର ସାମଗ୍ରିକ ଆଭିମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ଆଗ୍ରହ ସୃଷ୍ଟି କରି ଏହାକୁ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ କରିଛି । ସଚେତନତାର ପ୍ରସାର ତଥା ଯୋଗର ପରିବର୍ତ୍ତନଶୀଳ ସାମର୍ଥ୍ୟ ପ୍ରଦର୍ଶନ କରିବାରେ ଗଣମାଧ୍ୟମର ନିରନ୍ତର ଉଦ୍ୟମ ବିନା ଏହି ସଫଳତା ସମ୍ଭବ ନୁହେଁ । ଏହାକୁ ସ୍ୱୀକୃତି ଦେଇ , ମୁଁ ଏହା ଖୁସିର ସହିତ ଘୋଷଣା କରୁଛି ଯେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଚଳିତ ବର୍ଷ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନର ଦ୍ୱିତୀୟ ସଂସ୍କରଣ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ।

ଜଣେ ସକ୍ଷମକାରୀ ଭାବରେ ଏହି ଭୂମିକା ଗ୍ରହଣ କରିଥିବାରୁ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇ ଶ୍ରୀ ଠାକୁର କହିଛନ୍ତି ଯେ ଭାରତରେ ତଥା ସମଗ୍ର ବିଶ୍ୱରେ ଯୋଗର ପ୍ରସାର କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ମୁଁ ଗଣମାଧ୍ୟମକୁ ଅଶେଷ କୃତଜ୍ଞତା ଜଣାଉଛି । ଏହି ଅଭ୍ୟାସର ପରିବର୍ତ୍ତନଶୀଳ ଶକ୍ତି ବଂଟନ କରିବା ପାଇଁ ଆପଣ ମାନଙ୍କର ଅଦମ୍ୟ ନିଷ୍ଠା ଯୋଗକୁ କଲ୍ୟାଣର ଏକ ସାର୍ବଜନୀନ ଭାଷା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ”

ଏକ ସ୍ୱାଧୀନ ଖଣ୍ଡପୀଠ ଦ୍ୱାରା ସମ୍ମାନ ସୁପାରିଶ କରାଯିବ । ସମ୍ମାନରେ ଏକ ସ୍ୱତନ୍ତ୍ର ମିଡିଆ / ପ୍ଲାକ୍ / ଟ୍ରଫି ଏବଂ ଏକ ପ୍ରଶସ୍ତି ପତ୍ର ସାମିଲ୍ ହେବ ।

ନିର୍ଦ୍ଦେଶନାମା ଅନୁଯାୟୀ ମିଡିଆ ହାଉସ୍ ଗୁଡିକ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ସବିଶେଷ ତଥ୍ୟ ଦାଖଲ କରିବା ସହିତ ସେମାନେ ପ୍ରସ୍ତୁତ କରିଥିବା ଏବଂ ପ୍ରକାଶିତ କରିଥିବା କିମ୍ବା ଅଡିଓ / ଭିଜୁଆଲ୍ ବିଷୟବସ୍ତୁ ଟେଲିକାଷ୍ଟ / ପ୍ରସାରଣର ଆବଶ୍ୟକୀୟ ତଥ୍ୟ ୧୦ ଜୁନ୍ ୨୦୨୩ ରୁ ୨୫ ଜୁନ୍ ୨୦୨୩ ମଧ୍ୟରେ ପ୍ରସ୍ତୁତ କରିବେ । ପ୍ରବେଶ ନିମନ୍ତେ ଅନ୍ତିମ ଦିବସ ହେଉଛି ୧ ଜୁଲାଇ ୨୦୨୩ । ପ୍ରେସ ସୂଚନା ବ୍ୟୁରୋର ୱେବ୍‌ସାଇଟ୍ (https://pib.gov.in/indexd.aspx ) ଏବଂ ଆଇ ଆଣ୍ଡ ବି ମନ୍ତ୍ରଣାଳୟ ୱେବ୍‌ସାଇଟ୍ (https://mib.gov.in/) ରେ ସବିଶେଷ ନିର୍ଦ୍ଦେଶାବଳୀ ମିଳି ପାରିବ ।

Get real time updates directly on you device, subscribe now.