fbpx

ଗୁଜୁରାଟରୁ ୪ ଜଣ ଆଇଏସ୍ଆଇଏସ୍ ଗିରଫ ; ଟିମ୍ ରେ ଜଣେ ମହିଳା ରହିଛନ୍ତି

ଗାନ୍ଧିନଗର : ଗୁଜୁରାଟ ଏଟିଏସ୍ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ର ଏକ ଦଳକୁ ଗିରଫ କରିଛି । ପୋରବନ୍ଦରରୁ ଜଣେ ମହିଳାଙ୍କ ସମେତ ଏଟିଏସ୍ ୪ ଜଣଙ୍କୁ ଗିରଫ କରିଛି । ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ।

ଏଟିଏସ୍ ସୂତ୍ରରୁ ପ୍ରକାଶ ଯେ, ଏହି ମାମଲାରେ ସୁମେରା ନାମକ ଜଣେ ସୁରଟ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଚାରିଜଣ ହେଉଛନ୍ତି ଆଇଏଏସର ସକ୍ରିୟ ଗୋଷ୍ଠୀର ସଦସ୍ୟ । ଗୁଜୁରାଟ ଏଟିଏସ୍ ଏମାନଙ୍କ ଉପରେ ଚଢଉ କରିବା ସୟମରେ ଅନେକ ନିଷିଦ୍ଧ ସାମଗ୍ରୀ ପାଇଛି ।

ଜାତୀୟ ଅନୁସନ୍ଧାନ ଏଜେନ୍ସି ନିକଟରେ ମଧ୍ୟପ୍ରଦେଶରେ ଆଇଏସଆଇଏସ ସହ ଜଡିତ ତିନି ଜଣଙ୍କୁ ଗିରଫ କରିଛି । ଜବଲପୁରର ୧୩ ଟି ସ୍ଥାନରେ ରାତାରାତି ଚଢାଉ କରି ଏହି ଗିରଫ କରାଯାଇଛି । ଗିରଫ ହୋଇଥିବା ତିନି ଜଣଙ୍କ ନାମ ସୟଦ ମାମୁର ଅଲି, ମୋହଦ ଆଦିଲ ଖାନ ଏବଂ ମୋହଦ ସହିଦ ।

Get real time updates directly on you device, subscribe now.