fbpx

ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ଆଜି ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରେ ୪ ଜଣ ନୂଆ ଚିହ୍ନଟ ହୋଇଛନ୍ତି, ଯେଉଁଥିରୁ ୨ ଜଣ ସଦର ବ୍ଲକ ଓ ୨ ଜଣ ଧର୍ମଶାଳା ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି । ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯କୁ ବୃଦ୍ଧି ପାଇଛି । ଅନ୍ୟପଟେ ଭଦ୍ରକ ଜିଲ୍ଲାରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଆଜି ସକାଳେ ରାଜ୍ୟରେ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.