fbpx

ଏମ୍ସ ଅସ୍ଥିଶଲ୍ୟ ବିଭାଗର ଆଉ ଏକ ସଫଳତା: ଅସ୍ଥ୍ରପୋଚାର ପରେ ଚାଲିଲେ ମହିଳା

Advertisement

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଏମ୍‌ସ୍‌ ଭୁବନେଶ୍ୱରର ପ୍ରଥମ ଦଶନ୍ଧିର ସ୍ୱର୍ଣ୍ଣିମ ଯାତ୍ରାରେ ଯୋଡ଼ିହୋଇଛି ଆଉ ଏକ ସଫଳ ଫର୍ଦ୍ଦ। ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଜଣେ ପଙ୍ଗୁପ୍ରାୟ ମହିଳା ରୋଗୀଙ୍କର ଏକକାଳୀନ ଦୁଇ ଆଣ୍ଠୁ ଓ ଦୁଇ ହିପ୍ (ନିତମ୍ବ ଗଣ୍ଠି)ର ସଫଳ ପ୍ରତିରୋପଣ କରିଛନ୍ତି ଡାକ୍ତରୀଦଳ। ଯାହାକି ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ହୋଇଥିବା ବେଳେ ଓଡ଼ିଶାରେ ଏପରି ପ୍ରତିରୋପଣ ପ୍ରଥମ ହେବାର ଗୌରବ ଲାଭ କରିଛି।

କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍‌ର ଜଣେ ୩୭ ବର୍ଷୀୟ ମହିଳା ଆଣ୍ଠୁଗଣ୍ଠି ବାତ ରୋଗରେ ପିଡ଼ୀତ ହୋଇ ପଙ୍ଗୁପ୍ରାୟ ଅବସ୍ଥାରେ ବଞ୍ଚୁଥିଲେ। ସ୍ୱାଭାବିକ ଭାବେ ଚାଲିବା ବଦଳରେ ଉକ୍ତ ମହିଳା ଜଣଙ୍କ ଗୁରୁଣ୍ଡିବା ସ୍ଥିତିକୁ ଆସିଯାଇଥିଲେ। ଦୈନନ୍ଦିନ ଜୀବରେ ଭୀଷଣ ଯନ୍ତ୍ରଣା ଭୋଗୁଥିବା ମହିଳା ରୋଗୀଜଣଙ୍କ ବିନା କୌଣସି ଉପକରଣ ସାହାଯ୍ୟରେ ଛିଡ଼ା ମଧ୍ୟ ହୋଇପାରୁନଥିଲେ କିମ୍ବା କୌଣସି କାମ କରିପାରୁନଥିଲେ।

ଏପରି ଅବସ୍ଥାରେ ଥାଇ ଉକ୍ତ ମହିଳାଜଣଙ୍କ ଏମ୍‌ସ୍ ଭୁବନେଶ୍ୱରର ଅସ୍ଥିଶଲ୍ୟ (ଅର୍ଥୋପେଡିକ୍‌) ବିଭାଗକୁ ଚିକିତ୍ସା ପାଇଁ ଆସିଥିଲେ। ମହିଳାଙ୍କର ଉଭୟ ଆଣ୍ଠୁ ଏବଂ ଦୁଇ ନିତମ୍ବ ଗଣ୍ଠି(ହିପ୍‌)ର ପ୍ରତିରୋପଣ ଆବଶ୍ୟକ ଥିବା ପରୀକ୍ଷାନିରୀକ୍ଷା ପରେ ଅସ୍ଥିଶଲ୍ୟ ଡାକ୍ତରମାନେ ମତ ଦେଇଥିଲେ। ତେବେ ଦୁଇ ଆଣ୍ଠୁ ଏବଂ ଦୁଇ ହିପ୍‌ର ପ୍ରତିରୋପଣ ଏକକାଳୀନ କରାଯିବାର ଆବଶ୍ୟକତା ଥିବା ଡାକ୍ତରୀ ଦଳ ଅନୁଭବ କରିଥିଲେ। ନଚେତ୍ ରୋଗୀ ଜଣଙ୍କ ପ୍ରତିରୋପଣର କୌଣସି ଲାଭ ନେଇପାରିନଥାଆନ୍ତେ। ଏପରି ବିରଳ ପ୍ରତିରୋପଣ ନିମନ୍ତେ କିନ୍ତୁ ଡାକ୍ତରୀ ଦଳ ଆଗରେ ଅନେକ ଆହ୍ୱାନ ଥିଲା।

Get real time updates directly on you device, subscribe now.