fbpx

ବିମାନରେ କେତେ ବର୍ଷ ପର୍ଯ୍ୟନ୍ତ ଆପଣ ବିନା ଟିକେଟରେ କରିପାରିବେ ଯାତ୍ରା, ଏକୁଟିଆ ଯିବା ପାଇଁ ବୟସ ସୀମା କେତେ; ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

Advertisement

ନୂଆଦିଲ୍ଲୀ:ଟ୍ରେନ୍ ହେଉ କିମ୍ବା ବିମାନ ହେଉ, ଗୋଟିଏ ବୟସ ପରେ ପିଲାମାନେ ମଧ୍ୟ ଟିକେଟ ଯିବାକୁ ବାଧ୍ୟ ହେଇଥାନ୍ତି। ଏଭଳି ପିଲାଙ୍କ ଟିକେଟ୍ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ମାମଲା ଏବେ ସାମ୍ନାକୁ ଆସିଛି। ଟିକେଟ୍ ବିଷୟରେ ପଚରାଯିବା ପରେ ଏକ ଦମ୍ପତି ସେମାନଙ୍କର ଦୁଇ ବର୍ଷର ପିଲାଙ୍କୁ ବିମାନବନ୍ଦର ଚେକ୍ ଇନ୍ ରେ ଛାଡିଥିଲେ। ଇସ୍ରାଏଲ୍ ବିମାନବନ୍ଦରର ଚେକ୍ ଇନ୍ ଡେସ୍କରେ ଏହି ଘଟଣା ଦେଖିବାକୁ ମିଳିଛି। ଟିକେଟ୍ ମାଗିବା ପରେ ଏହି ଦମ୍ପତି ପିଲାଙ୍କୁ ଛାଡିବାକୁ ବାଛିଥିଲେ ଏବଂ କର୍ମଚାରୀ ଏବଂ ସୁରକ୍ଷା କର୍ମୀମାନେ ଏହାପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବିମାନ ସେବା କହିଛି ଯେ ଏହି ଘଟଣା ତେଲ ଅଭିବ ର ବେନ-ଗୁରିଅନ ବିମାନବନ୍ଦରରେ ଥିବା ରାଇନାର୍ କାଉଣ୍ଟରରେ ଘଟିଛି। ସ୍ଥାନୀୟ ସମ୍ବାଦ ଉତ୍ସ KAN ଅନୁଯାୟୀ, ଦମ୍ପତି ଜାଣିବାକୁ ପାଇଲେ ଯେ ବ୍ରୁସେଲ୍ସ ଯାତ୍ରା ସମୟରେ ସେମାନଙ୍କ ପିଲାଙ୍କ ପାଇଁ ସିଟ୍ ପାଇଁ ଅତିରିକ୍ତ $୨୦(୧,୬୫୦.୪୧) ଟଙ୍କା ଦେବାକୁ ପଡିବ। ରିପୋର୍ଟରେ କୁହାଯାଇଛି ଯେ ଉଭୟଙ୍କର ବେଲଜିୟମ ପାସପୋର୍ଟ ଅଛି।

ଏହି ଦମ୍ପତି ପିଲାଙ୍କ ଟିକେଟ୍ ଆଗରୁ କିଣିନଥିଲେ। ଯେତେବେଳେ ପିଲାଙ୍କ ଟିକେଟ୍ ବିଷୟରେ ପଚରାଗଲା, ଦମ୍ପତି ରାଗିଯାଇ ପିଲାଟିକୁ ସେଠାରେ ଛାଡି ଦେଇଥିଲେ।ଏ ବିଷୟରେ ବିମାନ କର୍ମଚାରୀମାନେ କହିଛନ୍ତି, “ଆମେ ଏପରି କିଛି କେବେ ଦେଖିନାହୁଁ। ଯାହା ଦେଖୁଥିଲୁ ଆମେ ଆଶ୍ଚର୍ଯ୍ୟ ହୋଇଗଲୁ।”

ତେବେ ଆସନ୍ତୁ ଜାଣିରଖିବା କେଉଁ ବୟସରେ ପିଲାମାନଙ୍କ ପାଇଁ ବିମାନ ଟିକେଟ ଆବଶ୍ୟକ?
ଭାରତରେ ବିମାନ ଯୋଗେ ଯାତ୍ରା କରିବା ପାଇଁ ୨ ବର୍ଷରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ ଟିକେଟ୍ ରହିବା ଆବଶ୍ୟକ । ୨ ବର୍ଷରୁ କମ୍ ପିଲାମାନଙ୍କ ପାଇଁ କୌଣସି ଟିକେଟ୍ ନାହିଁ।

ଏକକ ବିମାନରେ ଯାତ୍ରା ପାଇଁ ବୟସ ସୀମା :
ଏହି ସମ୍ପର୍କରେ, ଏୟାରଲାଇନ୍ ନିଜେ ମଧ୍ୟ ନିଜର ଅଲଗା ନିୟମ ସ୍ଥିର କରିପାରିବ । ଏହା ଆପଣଙ୍କ ଗନ୍ତବ୍ୟ ସ୍ଥଳ ଉପରେ ମଧ୍ୟ ନିର୍ଭର କରେ । ଅଧିକାଂଶ ବିମାନ ସେବା ୧୮ ବର୍ଷରୁ ଅଧିକ ବୟସର ଯୁବକମାନଙ୍କୁ ବିମାନ ଯୋଗେ ଯାତ୍ରା କରିବାକୁ ଅନୁମତି ଦେଇପାରେ । କେତେକ ଏୟାରଲାଇନ୍ସରେ ଏହି ବୟସ ସୀମା ୨୧ ବର୍ଷ ଅଟେ ।

୧୫ ବର୍ଷରୁ କମ୍ ପିଲାମାନେ ଏକାକୀ ଯାତ୍ରା କରିପାରିବେ ନାହିଁ :
କେତେକ ବିମାନ ସେବା ୧୫ ବର୍ଷରୁ କମ୍ ପିଲାମାନଙ୍କୁ ଅଭିଭାବକ ବିନା ଯାତ୍ରା କରିବାକୁ ଅନୁମତି ଦିଅନ୍ତି ନାହିଁ ।

Get real time updates directly on you device, subscribe now.