fbpx
BJD
BJD SKY
BJD SKY

INDIA ମେଣ୍ଟକୁ ପୁଣି ଝଟକା, ଏକାକୀ ନିର୍ବାଚନ ଲଢ଼ିବେ କେଜରିୱାଲ

ନୂଆଦିଲ୍ଲୀ: ହରିଆଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦିତା କରିବା ନେଇ ରବିବାର ଆମ୍ ଆଦମୀ ପାର୍ଟି(ଆପ୍‌)ର ସଂଯୋଜକ ଅରବିନ୍ଦ କେଜରିୱାଲ ବଡ଼ ଘୋଷଣା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦଳ ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ଏକାକୀ ପ୍ରତିଦ୍ୱନ୍ଦିତା କରିବ କିନ୍ତୁ ଚଳିତ ବର୍ଷ ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ସହ ନିର୍ବାଚନୀ ମଇଦାନକୁ ଓହ୍ଲାଇବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏପରି ଘୋଷଣା ସମସ୍ତଙ୍କୁ ଚକିତ କରିଛି ।

ହରିୟାଣାର ଜିନ୍ଦ ଜିଲ୍ଲାରେ ଆପର ‘ବଦଳାବ ଜନସଭା’କୁ ସମ୍ବୋଧିତ କରି କେଜରିୱାଲ କହିଥିଲେ, ‘ଆଜି ଲୋକମାନେ କେବଳ ଗୋଟିଏ ଦଳ ଉପରେ ବିଶ୍ୱାସ କରୁଛନ୍ତି, ସେଇଟା ହେଉଛି ଆମ୍ ଆଦମୀ ପାର୍ଟି । ପୂର୍ବରୁ ଦିଲ୍ଲୀ ଏବଂ ପଞ୍ଜାବରେ ହୋଇଥିବା ପରିବର୍ତ୍ତନ କାରଣରୁ ଲୋକମାନେ ଖୁସି ଅଛନ୍ତି । ବର୍ତ୍ତମାନ ହରିୟାଣାରେ ପରିବର୍ତ୍ତନ ଲୋଡ଼ା । ଆପ୍ ସମସ୍ତ ୯୦ଟି ଆସନରେ ନିର୍ବାଚନ ଲଢ଼ିବ ଏବଂ ହରିୟାଣାରେ ପରବର୍ତ୍ତୀ ସରକାର ଗଠନ କରିବ । ହରିୟାଣାକୁ ଦେଶର ନଂ ୧ ରାଜ୍ୟ ଭାବେ ପରିଣତ କରିବୁ ।’

Get real time updates directly on you device, subscribe now.