fbpx
BJD SKY
BJD SKY

କୁନୋ ନେସନାଲ ପାର୍କରେ ଆଉ ଏକ ଚିତାର ମୃତ୍ୟୁ: ‘ତେଜସ୍’ ପରେ ପ୍ରାଣ ହରାଇଲା ‘ସୁରଜ୍’

BJD

ଭୋପାଲ: ବିଦେଶରୁ ଅଣାଯାଇଥିବା ଚିତାଙ୍କ ପାଇଁ ମରଣଯନ୍ତା ପାଲଟି ଯାଇଛି କୁନୋ ନେସନାଲ ପାର୍କ । ଗେଟିଏ ପରେ ଗୋଟିଏ ସବୁ ଚିତା ଏବେ ମୃତ୍ୟୁମୁଖରେ ପଡୁଛନ୍ତି । ପୂର୍ବରୁ ୭ଟି ଚିତା ଏହି ପାର୍କରେ ମୃତ୍ୟୁବରଣ କରିଥିବା ବେଳେ ଆଜି ପୁଣି ‘ସୁରଜ’ ସମସ୍ତଙ୍କୁ ଛାଡି ଚାଲିଯାଇଛି । ମାତ୍ର ୨ ଦିନ ବ୍ୟବଧାନରେ ପୁଣି ଏକ ଚିତା ପ୍ରାଣ ହରାଇଛି । ଦକ୍ଷିଣ ଆଫ୍ରିକାରୁ ଏହି ଚିତାକୁ ଭାରତ ଅଣାଯାଇଥିବା ବେଳେ ଆଜି ପାର୍କ ଭିତରେ ‘ସୁରଜ’ର ମୃତଦେହ ମିଳିଛି । ଯାହାକୁ ନେଇ କୁନୋ ନେସନାଲ ପାର୍କ ଏବେ ଚର୍ଚ୍ଚାରେ ।

ସୂଚନା ଅନୁସାରେ, ମଧ୍ୟ ପ୍ରଦେଶର କୁନୋ ନେସନାଲ ପାର୍କରେ ଛଡା ଯାଇଥିଲେ ବାହାରୁ ଆସିଥିବା ଚିତା । କିନ୍ତୁ ଦୁର୍ଭାଗ୍ୟଯେ, ଏମାନେ ସମସ୍ତେ ଗୋଟି ଗୋଟି କରି ମୃତ୍ୟୁବରଣ କରୁଛନ୍ତି । ପୂର୍ବରୁ ଏଠରେ ୭ଟି ଚିତା ଆଖି ବୁଜି ସାରିଥିବାବେଳେ ଆଜି ସୁରଜ ନାମକ ଏକ ଚିତା ପ୍ରାଣ ହରାଇଛି । ଜୁନ୍ ୨୫ ତାରିଖରେ ସୁରଜକୁ ବଡ ବାଡରୁ ଜଙ୍ଗଲରେ ଛଡା ଯାଇଥିବା ବେଳେ ଆଜି ଜଙ୍ଗଲ ଭିତରୁ ଏହାର ମୃତଦେହ ଠାବ ହୋଇଛି । ତେବେ ସୁରଜ ମୃତ୍ୟୁର କାରଣ ଖୋଜିବା ପାଇଁ ଏକ ସ୍ୱତନ୍ତ ଡାକ୍ତରୀ ଟିମ୍ ଚେଷ୍ଟା ଜାରି ରଖିଥିବା ବେଳେ ଏଯାବତ୍ କୌଣସି କାରଣ ସ୍ପଷ୍ଟ ହୋଇପାରିନାହିଁ । ତେଣୁ ଏହାର ପୋଷ୍ଟମର୍ଟମକୁ ଅପେକ୍ଷା, ଯେଉଁଥିରୁ ସୁରଜ ମୃତ୍ୟୁର କାରଣ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇପାରିବ । ତେବେ ଏହା ଭିତରେ ମାର୍ଚ୍ଚ ମାସରୁ ଆଜି ମଧ୍ୟରେ ଏହି ପାର୍କରେ ୮ଟି ଚିତା ମୃତ୍ୟୁବରଣ କରିଛନ୍ତି । ଏଥିରେ ନାମିବିଆରୁ ଆସିଥିବା ଚିତା ‘ଜ୍ୱାଳା’ର ୩ଟି ଶାବକ ମଧ୍ୟ ସାମିଲ ଅଛନ୍ତି ।

ସୂଚନା ଅନୁସାରେ, ଗତ ୧୧ ତାରିଖରେ କୁନୋ ପାର୍କରେ ତେଜସ୍ ନାମକ ଏକ ଚିତାର ମୃତ୍ୟୁ ହୋଇଥିଲା । ତେବେ ଦୁର୍ବଳତା ଯୋଗୁଁ ତେଜସ ପ୍ରାଣ ହରାଇଥିବା ନେଇ ପୋଷ୍ଟମର୍ଟମରୁ ଜଣା ପଡିଛି ବୋଲି କହିଛନ୍ତି ଜଣେ ବନ ଅଧିକାରୀ । ତେବେ କୁନୋ ପାର୍କରେ ୮ଟି ଚିତାଙ୍କ ମୃତ୍ୟୁ ପରେ ଚିତା ସଂରକ୍ଷଣ ଯୋଜନାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ତେଣୁ ଚିତାଙ୍କ ସୁରକ୍ଷା ଏବଂ ଚିକିତ୍ସା ପାଇଁ ଅଭିଜ୍ଞ ପଶୁ ଚିକିତ୍ସକଙ୍କୁ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.