fbpx

ଆଉ ରିମାଣ୍ଡରେ ନେବନି CBI, ଏଥର ଜେଲ ଗଲେ ବାହାନଗା ଦୁର୍ଘଟଣାର ୩ ଅଭିଯୁକ୍ତ: ୨୭ରେ ପରବର୍ତ୍ତୀ ଶୁଣାଣି

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଜେଲ ପଠାଇ ଦେଇଛି ସିବିଆଇ । ୯ ଦିନ ରିମାଣ୍ଡରେ ନେଇ ଜେରା କରିବା ପରେ ଏବେ ଜେଲର ଚାରିକାନ୍ଥ ଭିତରେ ଫସିଛନ୍ତି ୩ ଅଭିଯୁକ୍ତ । ୯ ଦିନ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ଏବେ ଝାରପଡା ଜେଲର ରାସ୍ତା ଦେଖାଇଛି ସିବିଆଇ । ଦ୍ୱିତୀୟ ପର୍ଯ୍ୟାୟରେ ଏହି ଅଭିଯୁକ୍ତମାନଙ୍କୁ ୪ ଦିନ ପାଇଁ ରିମାଣ୍ଡରେ ନେଇଥିବା ବେଳେ ଆଜି ଏହାର ଅବଧି ଶେଷ ହୋଇଛି । ତେବେ ତୃତୀୟ ଥର ପାଇଁ ରିମାଣ୍ଡରେ ନେବାକୁ ଇଚ୍ଛା ପ୍ରକାଶ କରି ନଥିଲା ସିବିଆଇ । ଦୁଇଟି ପର୍ଯ୍ୟାୟରେ ଜେରା କରିବା ପରେ ଆଜି ସିବିଆଇର ଟିମ୍ ସେମାନଙ୍କୁ ଜେଲକୁ ପଠାଇଛି । ତେବେ ଆସନ୍ତା ଜୁଲାଇ ୨୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Get real time updates directly on you device, subscribe now.