fbpx
BJD SKY
BJD SKY

ଫ୍ରାନ୍ସ Bastille Day ସେଲିବ୍ରେସନରେ ପଞ୍ଜାବ ରେଜିମେଣ୍ଟର ମାର୍ଚ୍ଚ: ପ୍ରଧାନମନ୍ତ୍ରୀ ମୋଦୀ ବି କଲେ ସଲାମ୍

BJD

ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ ଭଳି ଆଜି ମଧ୍ୟ ଜୁଲାଇ ୧୪ ତାରିଖରେ ଫ୍ରାନ୍ସରେ ପାଳନ ହେଉଛି ରାଷ୍ଟ୍ରୀୟ ଦିବସ । ଏହାକୁ ଫ୍ରାନ୍ସ ବେଷ୍ଟିଲ ଡେ’ ଭାବରେ ମଧ୍ୟ ପାଳନ କରିଥାଏ । ତେବେ ଚଳିତବର୍ଷ ଏହି ବେଷ୍ଟିଲ ଡେ’ କେବଳ ଫ୍ରାନ୍ସ ପାଇଁ ନୁହେଁ, ଭାରତ ପାଇଁ ମଧ୍ୟ ଖୁବ ସ୍ପେଶାଲ । କାରଣ ଏଭଳିଏକ ମହାନ କାର୍ଯ୍ୟକ୍ରମରେ ଚଳିତବର୍ଷ ଅତିଥି ରୂପରେ ଯୋଗ ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହିତ ବେଷ୍ଟିଲ ଡେ’ ଅବସରରେ ଭାରତୀୟ ସେନାର ପଞ୍ଜାବ ରେଜିମେଣ୍ଟ ମାର୍ଚ୍ଚ କରୁଥିବା ମଧ୍ୟ ଦେଖାଯାଇଛି । ଯାହାକୁ କାର୍ଯ୍ୟକ୍ରମରେ ସାମିଲ ଥିବା ପ୍ରଧାନମନ୍ତ୍ରୀ ମୋଦୀ ସଲାମ ଜଣାଇଛନ୍ତି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମନାକୁ ଆସିଛି । ଏହା ଭାରତ ପାଇଁ ଏବଂ ସାରା ଭାରତର ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏକ ଗର୍ବର ବିଷୟ । ଏଭଳି ଏକ ବିଶେଷ କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ଏବଂ ଭାରତୀୟ ସେନାର ଏକ ପ୍ରମୁଖ ଅଂଶକୁ ସାମିଲ କରାଯିବା ଦେଶ ପାଇଁ ମହାନ୍ ଉପଲବ୍ଧି ନିଶ୍ଚିତ ।

Get real time updates directly on you device, subscribe now.