fbpx

ପ୍ରକାଶ ପାଇଲା +୩ କଟ୍ ଅଫ୍ ମାର୍କ ତାଲିକା: ଉଚ୍ଚଶିକ୍ଷା ବିଭାଗ ତରଫରୁ ହେଲା ଘୋଷଣା

ଭୁବନେଶ୍ୱର: ଯୁକ୍ତ ୩ରେ ନାମଲେଖାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ତାଲିକାପତ୍ର ପ୍ରକାଶ କରାଯାଇଛି । ତେବେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟର କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି । ଏହି ମେରିଟ ଲିଷ୍ଟ ଅନୁସାରେ ପିଲାମାନେ ନିଜ ନିଜର ମାର୍କ ଅନୁସାରେ କଲେଜ ଚୟନ କରିପାରିବେ । ଏହାପରେ ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ କଟ୍ ଅଫ୍ ମାର୍କ ତାଳିକା ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।

ତେବେ ଇଣ୍ଟିଗ୍ରେଟେଡ ବିଏଡ ଥିବା କଲେଜ ଗୁଡିକରେ କଟ୍ ଅଫ୍ ଆଗରେ ରହିଛି । ତେଣୁ କଳା ଏବଂ ବିଜ୍ଞାନ କ୍ଷେତ୍ରରେ ବିଜେବି କଲେଜ ଏବଂ ରେଭେନ୍ସାକୁ ପଛରେ ପକାଇ ଦେଇଛନ୍ତି ଅନ୍ୟାନ୍ୟ କଲେଜ । ସେହିପରି ବିଜ୍ଞାନରେ ପୁରୀ ଏସସିଏସ କଲେଜର କଟ୍ ଅଫ୍ ଆଗରେ ରହିଛି । ତେବେ ବାଲେଶ୍ୱରର ଫକୀରମୋହନ ୟୁନିଭର୍ସିଟି ଏବଂ ବାରିପଦାର ଏମପିସି କଲେଜ କଳା କ୍ଷେତ୍ରରେ ଖୁବ ଆଗରେ ରହିଛନ୍ତି । ପୁରୀର ଏସସିଏସ କେମିଷ୍ଟ୍ରି(୯୪.୫୦%) ଥିବା ବେଳେ ମ୍ୟାଥମେଟିକ୍ସରେ ୯୪% ଥିବା ବେଳେ ବଟାନୀରେ ୯୫.୬୦% କଟ୍ ଅଫ୍ ରହିଛି । ଏହାବ୍ୟତୀତ ଏମପିସି ବାରିପଦାରେ ଜୁଲୋଜିର କଟ୍ ଅଫ୍ ମାର୍କ ରହିଛି ୯୪.୮୩ ପ୍ରତିଶତ । ସେହିପରି ବାଲେଶ୍ୱରର ଏଫଏମ କଲେ ଏବଂ ବାରିପଦାର ଏମପିସି କଲେଜରେ ରାଜନିତି ବିଜ୍ଞାନରେ କଟ୍ ଅଫ୍ ମାର୍କ ୯୧.୮୩% ରହିଛି ।

Get real time updates directly on you device, subscribe now.