fbpx

ମୌସୁମୀ ସମୟରେ ଆପଣଙ୍କୁ ଅସୁସ୍ଥ କରିପାରେ କାରର ଏସି: ଏପରି ଭାବରେ ରୁହନ୍ତୁ ସୁରକ୍ଷିତ

ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ବର୍ଷା ଜାରି ରହିଛି । ରାସ୍ତାରେ ଭର୍ତ୍ତି ହୋଇଥିବା ପାଣି ଯାନବାହାନକୁ ଖରାପ କରୁଥିବାବେଳେ ଘରେ ପାର୍କିଂ ହୋଇଥିବା ଗାଡିଗୁଡ଼ିକରେ ମଧ୍ୟ ଲଗାତାର ବର୍ଷା ଯୋଗୁଁ କିଛି ନା କିଛି ସମସ୍ୟା ଦେଖାଯାଉଛି ।

ଏହିପରି ଗୋଟିଏ ସମସ୍ୟା ହେଉଛି ଏହି ଋତୁରେ କାରରୁ ଆସୁଥିବା ଗନ୍ଧ । ଆମେ ସମସ୍ତେ ପରଫ୍ୟୁମ୍ ସାହାଯ୍ୟରେ ଏହି ସମସ୍ୟାକୁ ଦୂର କରିଥାଉ, କିନ୍ତୁ ଏହି ସମସ୍ୟା ପଛରେ ସବୁଠାରୁ ବଡ ମୂଳକୁ ଆମେ ଅଣଦେଖା କରୁ । ଦୀର୍ଘ ସମୟ ପରେ ପରଫ୍ୟୁମ୍ ସାହାଯ୍ୟରେ ଏହି ଗନ୍ଧ ଚାପି ହୋଇଯାଏ, କିନ୍ତୁ ଏହା ପଛର କାରଣ ବଢ଼ିଯାଏ ଏବଂ ଏହା ସବୁଠାରୁ ବଡ ବିପଦ ହୋଇଯାଏ ।

ବାସ୍ତବରେ ଏହି ଗନ୍ଧ କାରର ଏସି ଭେଣ୍ଟରୁ ଆସିଥାଏ ଏବଂ ଏହା ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ମଧ୍ୟ ବହୁତ ଅସୁସ୍ଥ କରିପାରେ । ତେବେ ସମୟ ସହିତ ଅନେକ ପ୍ରକାରର ମଇଳା ଏସିର ଏୟାର ଫିଲ୍ଟରରେ ଜମା ହୋଇଯାଏ । ପରେ ବ୍ୟାକ୍ଟେରିଆ ଏଥିରେ ବଢ଼ିବା ଆରମ୍ଭ କରନ୍ତି । ଆସନ୍ତୁ ଜାଣିବା ଏହାର କାରଣ କ’ଣ ଏବଂ ଏହି ସମସ୍ୟାକୁ କିପରି ଦୂର କରାଯିବ …

ଏହା କିପରି ହୁଏ :-
ସମୟ ସହିତ ଏସିର ଫିଲ୍ଟରରେ ମଇଳା ଜମା ହୋଇ ରହିଥାଏ । ମୌସୁମୀରେ ଲଗାତାର ଆର୍ଦ୍ରତା ହେତୁ ଏସି ଫିଲ୍ଟରରେ ବ୍ୟାକ୍ଟେରିଆ ବିକାଶ ଆରମ୍ଭ କରନ୍ତି । ଏହି ବ୍ୟାକ୍ଟେରିଆ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଅସୁସ୍ଥ କରିଦିଅନ୍ତି । ଯେତେବେଳେ ଆପଣ ଏସି ଟର୍ନ୍ ଅନ୍ କରନ୍ତି ସେମାନେ ଭେଣ୍ଟ ମାଧ୍ୟମରେ ଆପଣଙ୍କ ନିକଟରେ ପହଞ୍ଚନ୍ତି । ଅନ୍ୟପକ୍ଷରେ ଅନେକ ଥର କାରକୁ ଅଧିକ ପାଣି ଥିବା ସ୍ଥାନରେ ନେବା ଦ୍ୱାରା କାର ଭିତରକୁ ପାଣି ଆସେ ଓ ଏହିପରି ଜୀବାଣୁ ଦ୍ରୁତ ଗତିରେ ବଢ଼ିବାକୁ ଲାଗେ । ଏପରି ପରିସ୍ଥିତିରେ କିଛି ଜିନିଷର ଯତ୍ନ ନେଇ ଆମେ ଆମ ପରିବାରକୁ ସୁରକ୍ଷିତ ରଖିପାରିବା ।

ତୁରନ୍ତ ବଦଳାନ୍ତୁ :-
ମୌସୁମୀ ସମୟରେ ଅତିକମରେ ଦୁଇଥର ଏସି ଫିଲ୍ଟର ବଦଳାନ୍ତୁ । ଏସି ଫିଲ୍ଟରକୁ ସଫା ରଖିବା ଦ୍ୱାରା କାରରେ ଦୁର୍ଗନ୍ଧ ସୃଷ୍ଟି ହେବ ନାହିଁ କିମ୍ବା ଜୀବାଣୁ ମଧ୍ୟ ବିକାଶ ହେବ ନାହିଁ । ଏହା ସହିତ ସପ୍ତାହରେ ଅତି କମରେ ଥରେ କାର୍ ଭିତରୁ ଭଲ ଭାବରେ ସଫା କରନ୍ତୁ । ଅନେକ ଥର କାରରେ ଖାଇବା ପିଇବା ସାମଗ୍ରୀ ପଡ଼ିଯିବା ପରେ ବି ଏପରି ଅସୁବିଧା ହୋଇଥାଏ ଓ ପବନ ସହିତ ଏସି ଲାଇନରେ ଏଡା ଯିବା ପରେ ବ୍ୟାକ୍ଟେରିଆ ବିକଶିତ ହୁଏ ।

ସାନିଟାଇଜର ସ୍ପ୍ରେ :-
କାରରେ ଆଣ୍ଟି ବ୍ୟାକ୍ଟେରିଆ ସ୍ପ୍ରେ କରନ୍ତୁ । ଏହା ଫଳରେ କାରର ସିଟ୍ ବା କାରପେଟ୍ର ଏପରି କୋଣ, ଯେଉଁଠାରେ ଆପଣଙ୍କ ନଜର ପଡୁନାହିଁ, ସେଠାରୁ ବ୍ୟାକ୍ଟେରିଆ ସଫା ହୋଇଯିବେ । ଏହା ସହିତ ଆପଣଙ୍କର କାର ପରିଷ୍କାର ଏବଂ ସୁରକ୍ଷିତ ରହିବ ।

Get real time updates directly on you device, subscribe now.