fbpx
BSKY SKY
BSKY SKY

ଦୁଃଖଦ ଖବର: କୁନୋ ନେସନାଲ ପାର୍କରେ ଆଉ ଏକ ଚିତାର ମୃତ୍ୟୁ; ମା’ ଜ୍ୱାଳାର ଶବକ

BSKY

ମଧ୍ୟପ୍ରଦେଶ: କୁନୋ ନେସନାଲ ପାର୍କରୁ ଆସିଛି ଆଉ ଏକ ଦୁଃଖ ଖବର । ପାର୍କରେ ଆଜି ପ୍ରାଣ ହରାଇଛି ଚତୁର୍ଥ ଚିତା । ଏଠାରେ ତିବା ମାଈ ଚିତା ଜ୍ୱାଳାର ଶାବକ ମୃତ୍ୟୁବରଣ କରିଥିବା ଜାଣିବାକୁ ମିଳିଛି । ତେବେ ମୃତ୍ୟୁର କାରଣ ଏବେ ପର୍ଯ୍ୟନ୍ତ ଜଣା ପଡି ନଥିବା ବେଳେ ବନ ବିଭାଗ ବର୍ତ୍ତମାନ ଘଟଣାସ୍ଥଳରେ ଉପସ୍ଥିତ ରହିଛି । ତେବେ ମୃତ୍ୟୁ ପୂର୍ବରୁ ଶାବକ ଦେହରେ କୌଣସି ରୋଗ ଥିବା ନେଇ ମଧ୍ୟ କିଛି ସୂଚନ ମିଳିପାରି ନାହିଁ ।

ସୂଚନା ଅନୁସାରେ, ଗତମାସରେ ଫ୍ର।।ନ୍ସରୁ ଆସିଥିବା ଜ୍ୱାଳା ଚିତା ୪ଟି ଶାବକ ଙ୍କୁ ଜନ୍ମ ଦେଇଥିଲା । ଶାବକଙ୍କୁ ବଡ ବାଡେରେ ରଖାଯାଇଥିଲା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନଜର ରଖଯାଇଥିଲା । କିନ୍ତୁ ଆଜି ସକାଳେ ଅଚାନକ ଗୋଟିଏ ଶାବକ ମୃତ୍ୟୁବରଣ କରିଛି । ଚିତା ଶାବକର ମୃତ୍ୟୁ ପରେ ପ୍ରଶାସନ ଚିନ୍ତାରେ ପଡି ଯାଇଛି । କୁନୋ ନେସନାଲ ପାର୍କରେ ଚିତା ରହୁଥିବା ହାବିଟାଟକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ଏଠାରୁ ସମସ୍ତଙ୍କୁ ଅନ୍ୟ ଜାଗାକୁ ସ୍ଥାନାନନ୍ତର କରିବା ପାଇଁ ମଧ୍ୟ ଆଲୋଚନା ହେଉଛି । କୁନୋରେ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଛି ।

ପ୍ରଥମେ ମାର୍ଚ୍ଚରେ ସାସାର ମୃତ୍ୟୁ ଏବଂ ପରେ ଏପ୍ରିଲ ମାସରେ ଉଦୟର ମୃତ୍ୟୁ ପରେ ଗର୍ଭବତୀ ଚିତା ଦକ୍ଷା ମଧ୍ୟ ପ୍ରାଣ ହରାଇଥିଲା । ତେଣୁ ଲଗାତାର କୁନୋରେ ଚିତାଙ୍କ ମୃତ୍ୟୁ ହେଉଥିବା ବେଳେ ମୋଦୀଙ୍କ ଚିତା ପ୍ରୋଜେକ୍ଟ ଏବଂ ଏହାର ସଫଳତାକୁ ନେଇ ପ୍ରଶ୍ନ ଉଠିଛି । ୩ଟି ଚିତା ଏବଂ ଗୋଟିଏ ଶାବକର ମୃତ୍ୟୁ ପରେ ବର୍ତ୍ତମାନ କୁନୋରେ ୨୪ରୁ ୨୦ଟି ଚିତା ଜୀବିତ ରହିଛନ୍ତି ।

Get real time updates directly on you device, subscribe now.