fbpx
BSKY SKY
BSKY SKY

ଶତାବ୍ଦୀ ପୁରୁଣା ପରମ୍ପରାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ, ଦେଖନ୍ତୁ ଭିଡିଓ

BSKY

ସିଡନୀ : ଅଷ୍ଟ୍ରେଲିଆୂ ଗସ୍ତରେ ମୋଦୀଙ୍କୁ ଜୋରଦାର ସ୍ୱାଗତ କରାଯାଉଛି । କେଉଁ ତ୍ରିରଙ୍ଗା ହଲାଇ ତ ଅନ୍ୟ କେଉଁଠି ଆକାଶରେ ମୋଦୀ ୱେଲକମ୍ ବୋଲି ଲେଖା ହେଉଛି । ଏବେ ପୁଣି ପାରମ୍ପାରିକ ପଦ୍ଧତିରେ ମୋଦୀଙ୍କୁ ସ୍ୱାଗତ କରାଯାଉଛି । ଶତାବ୍ଦୀ ପୁରୁଣା ପରମ୍ପରା ଢଙ୍ଗରେ ଏବଂ ବୈଦିକ ରୀତିନୀତିରେ ପୁଣି ସିଡନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ ସମ୍ବୋଦ୍ଧର୍ନା କରାଯାଇଛି । ଏହି ଅବସରରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରହିଥିଲେ। ସିଡନୀ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ମଧ୍ୟ ଦି ଲିଟିଲ ଇଣ୍ଡିଆ ଗେଟୱେ ର ମୂଳଦୁଆ ପକାଇଥିଲେ। ସିଡନୀରେ ଥିବା କୁଡୋସ ବ୍ୟାଙ୍କ ମୈଦାନରେ ପିଏମ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସିଡନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ସମ୍ପ୍ରଦାୟ କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ବସ୍।

ମାର୍ଚ୍ଚରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ତାଙ୍କ ଭାରତ ଗସ୍ତକୁ ମନେ ପକାଇ କହିଛନ୍ତି ଯେ ମୁଁ ଯେଉଁଆଡେ ଯାଇଛି, ସବୁଠାରେ ଅଷ୍ଟ୍ରେଲିଆ ଏବଂ ଭାରତର ଲୋକଙ୍କ ମଧ୍ୟରେ ମୋର ଗଭୀର ସମ୍ପର୍କ ଅନୁଭବ ହୋଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସମ୍ପ୍ରଦାୟ କାର‌୍ୟ୍ୟକ୍ରମରେ ବିଦେଶୀ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ସଦସ୍ୟମାନେ ତାଙ୍କର ୨୦୧୪ ଅଷ୍ଟ୍ରେଲିଆ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ‘ଯେତେବେଳେ ମୁଁ ୨୦୧୪ ରେ ଏଠାକୁ ଆସିଥିଲି, ସେତେବେଳେ ମୁଁ ଆପଣଙ୍କୁ ପ୍ରତିଶୃତି ଦେଇଥିଲି ଯେ ଆପଣଙ୍କୁ ଆଉ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପାଇଁ ୨୮ ବର୍ଷ ଅପେକ୍ଷା କରିବାକୁ ପଡିବ ନାହିଁ’।

Get real time updates directly on you device, subscribe now.