fbpx

ପେଟ୍ରୋଲ ପମ୍ପରେ ନୋଟିସ୍ ; ୨୦୦୦ ଟଙ୍କିଆ ଥିଲେ, ଏଠାକୁ ଆସନି ବ୍ୟାଙ୍କ ଯାଅ…

ନୂଆଦିଲ୍ଲୀ : ଦୁଇ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ଗୋଷଣା ପରେ ବ୍ୟାଙ୍କ ବ୍ୟାତୀତ ଏବେ ଦୁଇଟି ସ୍ଥାନରେ ଅତ୍ୟଧିକ ଭିଡ ଦେଖିବାକୁ ମିଳୁଛି । ଗୋଟିଏ ହେଲା ସୁନା ଦୋକାନ ଏବଂ ଅନ୍ୟଟି ହେଲା ପେଟ୍ରୋଲ ପମ୍ପ । ସୁନା ଦୋକାନରେ ବିଶେଷ କିଛି ଅସୁବିଧା ହେଉନାହିଁ, କିନ୍ତୁ ପେଟ୍ରୋଲ ପମ୍ପ କର୍ମଚାରୀ ଏଥିପାଇଁ ହଇରାଣ ହରକତ ହେଉଛନ୍ତି । ପେଟ୍ରୋଲ ପମ୍ପରେ ୫୦, ୧୦୦ କିମ୍ବା ୨୦୦ ଟଙ୍କାରେ ତେଲ ଭରି ୨୦୦୦ ଟଙ୍କିଆ ନୋଟ୍ ବଢାଇ ଦେଉଛନ୍ତି । ତା ପରେ ଗ୍ରାହକଙ୍କୁ ବାକି ଟଙ୍କା ଫେରସ୍ତ କରିବାକୁ ନେଇ ସମସ୍ୟା ସୃଷ୍ଟି ହେଉଛି । ଏହି କାରଣରୁ ପେଟ୍ରୋଲ ପମ୍ପ କର୍ମଚାରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ଏଡାଇବା ପାଇଁ ପେଟ୍ରୋଲ ପମ୍ପରେ ଏକ ନୋଟିସ ଲଗାଯାଇଛି । ୫୦ ଏବଂ ୧୦୦ ତେଲ ଭରିବା ପାଇଁ ୨୦୦୦ ଟି ନୋଟ୍ ଆଣି ଆସୁଥିବା ଲୋକଙ୍କୁ ଅନୁରୋଧ କରାଯାଇଛି ଯେ , ଏଠାରେ ଭିଡ ନ ଜମାଇ ବ୍ୟାଙ୍କ ଯାଆନ୍ତୁ ।

ଉତ୍ତରପ୍ରଦେଶର ନୋଏଡାସ୍ଥିତ ଅନେକ ପେଟ୍ରୋଲ ପମ୍ପ ବାହାରେ ଏଭଳି ନୋଟିସ୍ ଦେଖିବାକୁ ମିଳୁଛି । ସେଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ସମସ୍ତ ସମ୍ମାନିତ ଗ୍ରାହକଙ୍କୁ ସୂଚନା ଦିଆଯାଉଛି ଭାରତ ସରକାର / ଆରବିଆଇ ଅନୁଯାୟୀ, ୩୦/୯/୨୦୨୩ ପର୍ଯ୍ୟନ୍ତ ୨୦୦୦ ନୋଟ୍ ଅଦଳବଦଳର ବ୍ୟାଙ୍କ ଗୁଡିକ ଖୋଲା ରହିଛି । ପେଟ୍ରୋଲ ପମ୍ପରେ ୫୦-୧୦୦ ଦେୟ ଉପରେ ୨୦୦୦ ନୋଟରୁ ଗ୍ରହଣ କରାଯିବ ନାହିଁ ।

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ କହିବାନୁସାରେ, ଯେବେଠାରୁ ୨୦୦୦ ନୋଟ୍ ପ୍ରତ୍ୟାହାର ଖବର ପ୍ରକାଶ ପାଇଛି, ସେବେଠାରୁ ଅଧିକାଂଶ ଲୋକ ୨୦୦୦ ନୋଟ୍ ସହିତ ପେଟ୍ରୋଲ ପମ୍ପକୁ ଆସୁଛନ୍ତି ଏବଂ ୫୦ ରୁ ୨୦୦ ପେଟ୍ରୋଲ ପାଇବା ପରେ ସେମାନେ ନୋଟ୍ ପରିବର୍ତ୍ତନ କରିବାକୁ କହୁଛନ୍ତି । ଯେଉଁଥିପାଇଁ ପେଟ୍ରୋଲ ପମ୍ପରେ ଖୁଚୁରା ଅର୍ଥର ବହୁତ ଅଭାବ ଦେଖାଦେଇଛି ।

Get real time updates directly on you device, subscribe now.